Source :- ODIA PUA
ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧୁଷୁରୀ ଥାନା ଅନ୍ତର୍ଗତ ସାଠିବାଙ୍କୁଡା ଗାଁର ହାପି ମହାକୁଡକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦେବା ସହ ତଦନ୍ତ ପ୍ରକ୍ରିୟାକୁ ଶୀଥିଳତା କରାଯିବାକୁ ଉଦ୍ୟମ ଚାଲିବା ନେଇ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମଙ୍ଗଳବାର ଭଦ୍ରକ ଏସିପି ମନୋଜ ରାଉତଙ୍କୁ ଚିଠି ଲେଖିଛନ୍ତି ଚାନ୍ଦବାଲି କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ। ଉକ୍ତ ଚିଠିରେ ଶ୍ରୀ ବିଶ୍ୱାଳ ଦର୍ଶାଇଛନ୍ତି ହତ୍ୟା ଘଟଣାକୁ ଲୁଚାଇ ଦେବା ପାଇଁ ଷଡଯନ୍ତ୍ର ଚାଲିଛି । ଏହି ଘଟଣାର ଉପଯୁକ୍ତ ତଦନ୍ତ ହେଲେ ହତ୍ୟାକାରୀ ଧରାପଡି ଦଣ୍ଡିତ ହେବ । ମାତ୍ର ଆଶ୍ଚର୍ଯ୍ୟର କଥା ଏହି କି ଯେ ଧୁଷୁରୀ ଥାନା ପକ୍ଷରୁ ଏ ପର୍ଯ୍ୟନ୍ତ ଘଟଣାର ଉପଯୁକ୍ତ ତଦନ୍ତ ହେଉନାହିଁ । ଅପରାଧୀକୁ ସୁରକ୍ଷା ଦେବା ପାଇଁ ସାଙ୍ଘାତିକ ଷଡଯନ୍ତ୍ର ହେଉଥିବାର ବାରମ୍ବାର ବାରମ୍ବାର ଅଭିଯୋଗ ହେଉଛି । ଫଳରେ ଦିନ ଗଡୁଥିବାରୁ ହାପିର ପରିବାର ନ୍ୟାୟ ପାଇଁ ଅପେକ୍ଷା କରି ବସିଛନ୍ତି। ଏପରିକି ଷାଠିବାଙ୍କୁଡା ଗ୍ରାମର ହାପି ମହାକୁଡ (୩୦) ଛୁଂଚା ପଲାଇର ଘରପାଖ ଏକ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଘଟଣା ତା’ର ପରିବାର ଦେଖିବା ପରେ, ସେମାନେ ଏ ଖବର ତାଙ୍କର ଅନ୍ତରଙ୍ଗ ବନ୍ଧୁଙ୍କ ଦୃଷ୍ଟିକୁ ଆଣିଥିଲେ । ବନ୍ଧୁଙ୍କ ପରାମର୍ଶ କ୍ରମେ ଖବରକୁ ବିନା ପୋଷ୍ଟମୋର୍ଟମରେ ଦାହ କରିଦିଆଯିବାକୁ କହିଥିଲେ । ଚନ୍ଦ୍ରକାନ୍ତର ଭାଇ ଅଭିଯୋଗ କରୁଛନ୍ତି ଯେ ତାଙ୍କର ବନ୍ଧୁ ଶବଟିକୁ ତୁରନ୍ତ ପୋଡି ଦେବାକୁ ବାଧ୍ୟ କରିଥିଲେ । ନ ହେଲେ ଥାନା ତାଙ୍କୁ ଅସୁବିଧାରେ ପକାଇବ ବୋଲି ଭୟ ଦେଖାଉଥିଲେ । ତେଣୁ ବନ୍ଧୁଙ୍କ ଉପଦେଶକ୍ରମେ ଶବଟିକୁ ତୁରନ୍ତ ପୋଡି ଦିଆଯାଇଥିଲା । ମୃତକର ମୋବାଇଲଟିକୁ ଦେଖିବା ପରେ ସେଥିରୁ ସ୍ପଷ୍ଟ ହୋଇ ପଡିଥିଲା ଯେ ବିନା ପୋଷ୍ଟ ମୋର୍ଟମରେ ପୋଡିବାକୁ ଉପଦେଶ ଦେଉଥିବା ବନ୍ଧୁ ଏକ ଚକ୍ରାନ୍ତ କରି ଚନ୍ଦ୍ରକାନ୍ତଙ୍କୁ ତାଙ୍କ ଘରକୁ ଡାକି ଆଣି ହତ୍ୟା କରିଥି୍ୱା ହାପିର ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।
SOURCE: ODIA PUA




