Home national news oriya ବାପୁଜୀ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ବାପୁଜୀ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

3
0

Source :- ODIA PUA

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରୀ ଚାକିରୀ ବ୍ୟବସ୍ଥାରେ ଅବସର ଗ୍ରହଣ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଜନ୍ମ ପରେ ମୃତ୍ୟୁ ଯେଭିଳ ସୁନିଶ୍ଚିତ ସରକାରୀ ଚାକିରୀରେ ଅବସର ନିଶ୍ଚିତ। ମୃତ୍ୟୁର କୌଣସି ସମୟ ନଥିବାବେଳେ ଅବସର ଗ୍ରହଣରେ ନିର୍ଦ୍ଦିଷ୍ଟ ସମୟ ଥାଏ। ଚାକିରୀ ସମୟରେ ଯେଉଁ କର୍ମଚାରୀଟି ନିଜ ଦାୟିତ୍ୱ ନିଷ୍ଠା ଓ ସାଧୁତାର ସହ ସୂଚାରୁ ରୂପେ ତୁଲାଇଥାଏ, ସେ ସାଧାରଣ ଲୋକଙ୍କର ପ୍ରିୟଭାଜନ ହୋଇଥାନ୍ତି। ଅବସର ସମୟରେ ସେହି କର୍ମଚାରୀଟିକୁ ଲୋକେ ଝୁରିଥାନ୍ତି। ଏହିଭଳି ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ଥିଲେ ବାପୁଜୀ ହାଇସ୍କୁଲ ଗେଲପୁରର ପ୍ରଦୀପ କୁମାର ଲେଙ୍କା ବୋଲି ବିଦାୟୀକାଳୀନ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ଜିଲା ପରିଷଦ ସଭ୍ୟ ଅସିତ୍ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଶିକ୍ଷାବିତ୍ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବ୍ରଜକିଶୋର ନାୟକ, ଲକ୍ଷ୍ମୀକାନ୍ତ ରାଉତ, ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ପ୍ରଣବ ସାହୁ, ଓଷ୍ଟା ସଭାପତି ଶଶିଶେଖର କରଶର୍ମା, ବିଦ୍ୟାଳୟର ପୂର୍ବତନ ସଂପାଦକ ବରିଷ୍ଠ ସାମ୍ବାଦିକ ନିହାର ଦାସ, ପରିଚାଳନା କମିଟିର ସଭାପତି ବିଷ୍ଣୁମୋହନ ପରିଡା, ସମାଜସେବୀ ପରିଚାଳନା କମିଟିର ସଭ୍ୟ ସୁବ୍ରତ କୁମାର ରାଉତ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଅନନ୍ତ କିଶୋର ନାୟକଙ୍କ ସମେତ ଭଦ୍ରକ ଜିଲା ଓଷ୍ଟାର ସଂପାଦକ ପ୍ରଭାତ କୁମାର ପାଣିଗ୍ରାହୀ ଓ ବିଦ୍ୟାଳୟର ରଂଜନ ଡୁଂଡୁଂ, ଶିକ୍ଷୟିତ୍ରୀ ଧରିତ୍ରୀ ଲେଙ୍କା, ଶିକ୍ଷୟିତ୍ରୀ ଜ୍ୟୋସ୍ନାରାଣୀ ଦାସ, ଶୁଭଲକ୍ଷ୍ମୀ ମହାନ୍ତି, ଶିକ୍ଷା କର୍ମଚାରୀ ବସନ୍ତ କୁମାର ନାୟକ, ଶଶିକାନ୍ତ ଲେଙ୍କା, ଶିଶିର କୁମାର ରାଉତ, କାଦମ୍ବିନୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ତରଫରୁ ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

SOURCE: ODIA PUA