Home national news oriya ସରସ୍ୱତୀ ବିହାରରେ ଜ୍ଞାନଭାରତମ୍ ମିଶନ୍ ଉଦ୍‌୍‌ଘାଟିତ

ସରସ୍ୱତୀ ବିହାରରେ ଜ୍ଞାନଭାରତମ୍ ମିଶନ୍ ଉଦ୍‌୍‌ଘାଟିତ

3
0

Source :- ODIA PUA

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଭଦ୍ରକସ୍ଥ ସରସ୍ୱତୀ ବିହାର ଠାରେ ଜ୍ଞାନଭାରତମ୍ ମିଶନ୍‌ର ପୋଥିପଞ୍ଜକରଣ କେନ୍ଦ୍ରକୁ ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସ୍‌ର ସତ୍ୟ ନାରାୟଣ ଆଚାର୍ଯ୍ୟ ଉଦ୍‌ଘାଟନ କରି ଓଡ଼ିଶାର ବିପୁଳ ପୋଥି ଭଣ୍ଡାର ଉପରେ ଅେଲୋକପାତ କରିଛନ୍ତି । ଭଦ୍ରକର ବିଶିଷ୍ଟ ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମରକୃତି ଓଡ଼ିଶାର ଜାତୀୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଉପରେ ଏକ ରାଷ୍ଟ୍ରୀୟ ଚର୍ଚାସତ୍ରର ଅେୟୋଜନ କରିବାକୁ ସେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ତିରୁପତିସ୍ଥ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ହରେକୃଷ୍‌ୃ ଶତପଥୀ ପୋଥି ମଧ୍ୟରେ ଲୁକ୍କାୟିତ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଭଣ୍ଡାରକୁ ସଂରକ୍ଷିତ କରିଥିବା ସରସ୍ୱତୀ ପୋଥି ଗବେଷଣା କେନ୍ଦ୍ରର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସରସ୍ୱତୀ ବିହାରର ପ୍ରତିଷ୍ଠାତା ଡକ୍ଟର ସଦାନନ୍ଦ ଦୀକ୍ଷିତ ଭାରତୀୟ ଜ୍ଞାନ ପରଂପରା ଉପରେ ଗତ ୨୮ ବର୍ଷ ଧରି କାର୍ଯକରୁଥିବା ସରସ୍ୱତୀ ଗବେଷଣା ସଂସ୍ଥାନ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ଜ୍ଞାନ ଭାରତମ୍ ମିଶନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସରସ୍ୱତୀ ବିଦ୍ୟାବିହାରରେ ଛାତ୍ରଛାତ୍ରୀଗଣ ସ୍ୱାଗତ କରିଥିଲେ ଏବଂ ସରସ୍ୱତୀ ବେଦ ବିଦ୍ୟାପୀଠର ବିଦ୍ୟାର୍ଥୀଗଣ ବେଦପାଠ କରିଥିଲେ । ଜ୍ଞାନ ଭାରତ ମିଶନର ପୋଥି ସଂରକ୍ଷକ ବିକାଶ ଚନ୍ଦ୍ର ଜେନା ଓ ଡିଜିଟାଇଜେସନ ବିଭାଗର ଚନ୍ଦ୍ରକାନ୍ତ ନାୟକ, ଲକ୍ଷ୍ମୀପ୍ରିୟା ମଲ୍ଲିକ ସହଯୋଗ କରିଥିଲେ । ବିଦ୍ୟାବିହାରର ଅଧ୍ୟକ୍ଷା ଆଚାର୍ଯ୍ୟ ଅନ୍ନପୂର୍ଣ୍ଣା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ ।

SOURCE: ODIA PUA