Home national news oriya ବନମହୋତ୍ସବ ସପ୍ତାହ ପାଳିତ

ବନମହୋତ୍ସବ ସପ୍ତାହ ପାଳିତ

3
0

Source :- ODIA PUA

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ଦୋଳପଦୀ ସ୍ଥିତ ଶ୍ରୀ ଅରୋବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବନରକ୍ଷୀ ପ୍ରଦୀପ କୁମାର ନାୟକଙ୍କ ତତ୍ୱାବଧାନରେ ଶିକ୍ଷାକେନ୍ଦ୍ରର ସହ ପରିଚାଳିକା ଗୀତା କୁମାରୀ ପରିଡ଼ା,ଧାମନଗର ବନାଂଚଳ ଅଧିକାରୀ ବବୁଲ କୁମାର ମଲ୍ଲିକ, ବନପାଳ କୃଷ୍ଣଚନ୍ଦ୍ର ବାସ୍କେ, ସୂର୍ଯ୍ୟକାନ୍ତ ପଣ୍ଡା, ସମାଜସେବୀ ଅଶୋକ କୁମାର ଖୁଂଟିଆ, ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଶରତ କୁମାର ସାହୁ, ଶିକ୍ଷାବିତ ନରେନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ସପ୍ତାହ ପାଳନର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ କହିଥିଲେ। ପରିବେଶ କ୍ରମଶଃ ପ୍ରଦୂଷିତ ହେଉଥିବା ବେଳେ ବୃକ୍ଷ ରୋପଣର ବ୍ୟାପକ ଆପଶ୍ୟକତାକୁ ଦୃଷ୍ଟିରେ ରଖି ଏହା ପାଳନ କରାଯାଇଛି। ଏହି ଅବସରରେ ଆଶ୍ରମ ପରିସରରେ ଛାତ୍ରଛାତ୍ରୀ ଓ ଅତିଥିଙ୍କ ଦ୍ୱାରା ଅଁଳା,ପିଜୁଳି,ରକ୍ତ ଚନ୍ଦନ, ବେଲ,ଲେମ୍ବୁ ଇତ୍ୟାଦି ଗଛ ଲଗାଯାଇଥିଲା। ମଧୁସ୍ମିତା ଦାସ, ଲକ୍ଷ୍ମୀ ହେମ୍ବମ, ନିକିତା ସିଂ, ପ୍ରିୟଙ୍କା ଦାସ ସହଯୋଗ କରିଥିଲେ।

SOURCE: ODIA PUA