Home national news oriya ପ୍ରଳୟଙ୍କରୀ ବନ୍ୟାରେ ଧାମନଗର ବାସୀଙ୍କ ଦେବଦୂତ ସାଜିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ପ୍ରଳୟଙ୍କରୀ ବନ୍ୟାରେ ଧାମନଗର ବାସୀଙ୍କ ଦେବଦୂତ ସାଜିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

3
0

Source :- ODIA PUA

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଧୋୟା ଅଂଚଳ ଭାବେ ପରିଚିତ ଧାମନଗର ନିର୍ବାଚନ ମଣ୍ଡଳୀରେ ଦେଖାଦେଇଥିବା ପ୍ରଳୟଙ୍କରୀ ବନ୍ୟାର କରାଳ ରୂପ ଏବେ ଥମିଛି। ହେଲେ ତଳିଆ ଅଂଚଳର ଲୋକଙ୍କ ଦୁର୍ଦ୍ଦଶା ଏବେ ଦ୍ୱିଗୁଣିତ ହୋଇଛି। କିନ୍ତୁ ଏହି ଅଂଚଳର ସମସ୍ତ ବିପନ୍ନ ଲୋକଙ୍କ ମୁହଁରେ ଏବେ ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ପ୍ରଶଂସାର ସୁଅ ଛୁଟୁଛି। କାହିଁକିନା ବନ୍ୟା ହେବା ଦିନଠାରୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ଅଖିଆ ଅପିଆ ଦିନରାତି ଏକ କରି ବିପନ୍ନ ଲୋକଙ୍କର ଦେବଦୂତ ପାଲଟିଛନ୍ତି। ସେ ନିଜ ପିତା ପୂର୍ବତନ ବିଧାୟକ ତଥା ବିରୋଧୀ ଦଳର ନେତା ଦିବଂଗତ ବିଷ୍ଣୁ ସେଠୀଙ୍କ ପଦାଙ୍କ ଅନୁସରଣ କରି ବିଜେପି ଯୁବମୋର୍ଚ୍ଚାର ଯୁବନେତା ଭାବେ ଯେଭଳି ତାଙ୍କ ସହ ବୁଲି ଲୋକଙ୍କ ସୁଖଦୁଃଖରେ ଭାଗି ହୋଇଥିଲେ, ଆଜି ଠିକ୍ ସେହିଭଳି ମନ୍ତ୍ରୀ ହେବା ପରେ ମଧ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଯେଉଁଥିପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭଣ୍ଡାରିପୋଖରୀର ବିଜେଡି ବିଧାୟକ ସଂଜୀବ ମଲ୍ଲିକ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେ ‘ମାନବ ସେବା ହିଁ ମାଧବ ସେବା’ର ଅର୍ଥକୁ ନିଜ କାୟୋ ମନୋବାକ୍ୟ ଓ କାର୍ଯ୍ୟରେ ପରିଣତ କରିଛନ୍ତି ବୋଲି ଲୋକଙ୍କ ମୁଖରୁ ଶୁଣାଯାଉଛି। ମନ୍ତ୍ରୀ ଶ୍ରୀ ସୁରଜ ଗତ ୫ ଦିନ ତଳେ ବନ୍ୟା ବିଭୀଷିକାର ଖବର ପାଇ ଭଦ୍ରକ ସହର କୁଆଁସରେ ଥିବା ତାଙ୍କ ଘର ଆଗରେ ସାଳନ୍ଦୀ ନଦୀର ବନ୍ୟାପାଣି ଆଣ୍ଠୁଏ ହୋଇଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ନଦେଇ ଯେଭଳି ଭାବେ ଧାମନଗରର ବନ୍ୟାଂଚଳରେ ରାତିଦିନ ଲୋକଙ୍କ ଦୁର୍ଦ୍ଦଶାର ଦେବଦୂତ ପାଲଟିଛନ୍ତି, ତାହା ନଦେଖିଲେ ବିଶ୍ୱାସ କରିହେବନାହିଁ। କେତେବେଳେ ଛାତିଏ ପାଣିରେ ଚାଲି ଚାଲି ତ କେତେବେଳେ ଟ୍ରଲିରେ ତ ଆଉ କେତେବେଳେ ଏନଡିଆରଏଫ ଏବଂ ଓଡ୍ରାଫ୍ ଟିମ୍ ସହ ବନ୍ୟା ଦୁର୍ଗତଙ୍କ ନିକଟରେ ପହଂଚି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କରିବା ସହ ଆଉ କେତେବେଳେ ବନ୍ୟାର ସ୍ଥିତିର ସମୀକ୍ଷା ପାଇଁ ଡି.ଆଇ.ଜି. ପିନାକୀ ମିଶ୍ର, ଏ.ଏସ୍‌.ପି. ମନୋଜ ରାଉତ, ଜଳସେଚନ ବିଭାଗ ଏସ୍‌.ଡି.ଓ. ଶମ୍ଭୁନାଥ ମଲିକ ଏବଂ ଧାମନଗର ତହସିଲଦାର ଜ୍ଞାନ ରଞ୍ଜନ ସାହୁ ପ୍ରମୁଖଙ୍କ ସହ ଧାମନଗର, ଧୁଷୁରୀ ଓ କୋଠାର ଆଦି ଅଂଚଳ ବୁଲି ବନ୍ୟା ବିପନ୍ନଙ୍କୁ ଭେଟି ଆଲୋଚନା କରିଥିଲେ। ଏବଂ ଧୁଷୁରୀ ଓ ଅସୁରାଳି ଅଂଚଳର ବନ୍ୟା ପ୍ରଭାବିତ ଅଂଚଳ ଗସ୍ତ କରି ମଧ୍ୟ ସ୍ଥିତି ପରିଦର୍ଶନ କରିଥିଲେ। ଅସୁରାଳିର ମଙ୍ଗଳପୁରଠାରେ ପହଂଚି ସେଠାରୁ କଟସାହି, ଖପରପଦା ପଂଚାୟତ, ଓ ଶ୍ରୀଗଙ୍ଗା ଗ୍ରାମର ଲୋକଙ୍କ ପାଖରେ ପହଂଚି ଦୁଃଖସୁଖ ବୁଝିଥିଲେ। ଜଳମଗ୍ନ ଅଂଚଳରେ ବିପନ୍ନଙ୍କୁ ତୁରନ୍ତ ରନ୍ଧାଖାଦ୍ୟ, ପିଇବା ପାଣି, ଚୁଡ଼ା, ମୁଢ଼ି, ବିସ୍କୁଟ, ଚିନି ଓ ଗୁଡ଼ ଯୋଗାଇଦେବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବିପନ୍ନଙ୍କ ପାଖରେ ପହଂଚି ଧାମନଗର ବ୍ଲକର ୧୪୦ଟି ସ୍ଥାନରେ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଥିଲେ। ଖଡ଼ିପଦା ପଂଚାୟତର ଦକ୍ଷିଣକୁରୁଆ, ମୁଥାନଗର, କାଞ୍ଜିଆପାଳ, କରଦାର ଖରାଖାଇ, ପଧାନି, ସୋହଡ଼ା, ଅର୍ଜ୍ଜୁନପୁର, ପାଳସାହି, କଟସାହି, ଖପରପଦା, ଅସୁରାଳି, ହସନାବାଦ, ଫଳପୁର ପ୍ରଭୃତି ଅଂଚଳରେ ରିଲିଫ୍ କେନ୍ଦ୍ର ଖୋଲି ପିଇବା ପାଣି ବୋତଲ ଯୋଗାଇ ଦେଇଥିଲେ। ଏପରିକି ମୁସ୍ତଫାପୁର ଘୋଡ଼ାଗଣ୍ଡ ଢିଅରେ ଆଶ୍ରୟ ନେଇଥିବା ଲୋକଙ୍କୁ ମନ୍ତ୍ରୀ ନିଜେ ରନ୍ଧା ଖାଦ୍ୟ ପରଷିଥିବା ଦେଖିବାକୁ ମିଳିଥିଲା।

SOURCE: ODIA PUA