Source :- ODIA PUA
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଡ଼କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ପରିବହନ ପ୍ରାଧିକରଣ , ଓଡ଼ିଶା ପକ୍ଷରୁ ଇେଂଟଲିଜେଂଟ ଏନଫୋର୍ସମେଂଟ ମ୍ୟାନେଜମେଂଟ ସିଷ୍ଟମ ମାଧ୍ୟମରେ ରାଜ୍ୟର ୯ଟି ଜାତୀୟ ଓ ରାଜ୍ୟ ରାଜପଥରେ ସ୍ୱୟଂଚାଳିତ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପ୍ରମାଣ ଆଧାରିତ ଓ ସ୍ୱଚ୍ଛ ଭାବରେ ଇ-ଚାଲାଣ ଜାରି କରାଯିବ। ଆଇଇଏମଲସ ମାଧ୍ୟମରେ ବର୍ତମାନ ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା, ତିନିଜଣ ବସି ଦୁଇଚକିଆ ଚଳାଇବା, ହେଲମେଟ୍ ବିନା ଚାଳନା ଏବଂ ଭୁଲ ସାଇଡରେ ଗାଡ଼ି ଚଳାଇବା ଭଳି ନିୟମ ଉଲ୍ଲଂଘନକୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରାଯାଇ ଇ-ଚାଲାଣ ଜାରି ହେବ। ପ୍ରତ୍ୟେକ ଇ-ଚାଲାଣରେ ଫଟୋ କିମ୍ବା ଭିଡିଓ ପ୍ରମାଣ, ଗାଡ଼ିର ପଞ୍ଜୀକରଣ ସଂଖ୍ୟା, ସମୟ, ସ୍ଥାନ ଏବଂ ଗତି ସମ୍ପର୍କିତ ସୂଚନା ରହିବ। ସେଥି ମଧ୍ୟରୁ ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଠାରୁ ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ରାସ୍ତାର ନିର୍ଦ୍ଧାରିତ ସର୍ବାଧିକ ବେଗସୀମା: ଦୁଇଚକିଆ ଯାନ – ୬୦ କି.ମି./ଘଂଟା, ହାଲୁକା ମୋଟର ଯାନ – ୧୦୦ କି.ମି./ଘଂଟା, ଭାରୀ ମୋଟର ଯାନ – ୮୦ କି.ମି./ଘଂଟା। ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଯାନଚାଳକମାନଙ୍କୁ ଟ୍ରାଫିକ୍ ନିୟମ ମାନିବା, ନିର୍ଦ୍ଧାରିତ ବେଗସୀମା ମଧ୍ୟରେ ଗାଡ଼ି ଚଳାଇବା, ହେଲମେଟ୍ ବ୍ୟବହାର କରିବା ଏବଂ ସଡ଼କ ସୁରକ୍ଷା ନିୟମକୁ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ବ୍ୟବସ୍ଥା ଦୁର୍ଘଟଣା ହ୍ରାସ କରିବା ସହ ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଇଛି।
SOURCE: ODIA PUA




