Home national news oriya ଧାମନଗର ପୋଲିସର ସଚେତନ କାର୍ଯ୍ୟକ୍ରମ, ସାଇବର ଠକେଇରୁ ବର୍ତିବାକୁ ଛାତ୍ରଛାତ୍ରୀଙ୍କୁ ପୁଲିସର ସଚେତନତା

ଧାମନଗର ପୋଲିସର ସଚେତନ କାର୍ଯ୍ୟକ୍ରମ, ସାଇବର ଠକେଇରୁ ବର୍ତିବାକୁ ଛାତ୍ରଛାତ୍ରୀଙ୍କୁ ପୁଲିସର ସଚେତନତା

5
0

Source :- ODIA PUA

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡିଜିଟାଲ ଯୁଗରେ ଦିନକୁ ଦିନ ବଢ଼ୁଥିବା ସାଇବର ଅପରାଧ ଓ ଅନଲାଇନ ଠକେଇ ରୁ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ ଧାମନଗର ପୁଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଧାମନଗର ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଅନୁଷ୍ଠିତ ହୋଇଛି। ଧାମନଗର ଥାନାଧିକାରୀ ସୁବ୍ରଜିତ ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ସାଇବର ଠକେଇ ସମ୍ପର୍କରେ ସଚେତନ କରିଥିଲେ। ଅଜଣା ଲିଙ୍କ ରେ କ୍ଲିକ ନକରିବା, ଅପରିଚିତ ବ୍ୟକ୍ତିଙ୍କୁ ଓଟିପି, ପାସୱାର୍ଡ, ବ୍ୟାଙ୍କ ଖାତା ସମ୍ପର୍କିତ ତଥ୍ୟ ନଦେବା ଏବଂ ସନ୍ଦେହଜନକ ଫୋନ କଲ ଓ ବାର୍ତା ପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ସୋସିଆଲ ମିଡିଆ ବ୍ୟବହାର ସମୟରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଉପରେ ଗୁରୁତ୍ୱ ଦେବା ସହ ଅଜଣା ବ୍ୟକ୍ତିଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ ନକରିବାକୁ ପୁଲିସ ପକ୍ଷରୁ ସଚେତନ କରାଯାଇଥିଲା। ଡିଜିଟାଲ ମାଧ୍ୟମର ସୁବିଧା ନେବା ସହିତ ଏହାର ବିପଦ ପ୍ରତି ମଧ୍ୟ ସଚେତନ ରହିବାକୁ ପୁଲିସ ଅଧିକାରୀ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର ଗୋସ୍ୱାମୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ଅପରାଧ ସମ୍ପର୍କିତ ସଚେତନତା ବୃଦ୍ଧି ସହ ଡିଜିଟାଲ ମାଧ୍ୟମର ସୁରକ୍ଷିତ ବ୍ୟବହାର ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା।

SOURCE: ODIA PUA