Home national news oriya ବିଧାନସଭା ଷ୍ଟାଡିଂ କମିଟିରେ ଚାଷୀଙ୍କ ସମସ୍ୟା ଉପସ୍ଥାପନ କଲେ ବିଧାୟକ ସଂଜୀବ

ବିଧାନସଭା ଷ୍ଟାଡିଂ କମିଟିରେ ଚାଷୀଙ୍କ ସମସ୍ୟା ଉପସ୍ଥାପନ କଲେ ବିଧାୟକ ସଂଜୀବ

4
0

Source :- ODIA PUA

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଧାନସଭା ସମ୍ମୀଳନୀ କକ୍ଷରେ ବିଧାନସଭା ଷ୍ଟାଡିଙ୍ଗୀ କିମିଟି ଅଧ୍ୟକ୍ଷ ପଦ୍ମଲୋଚନ ପଣ୍ଡା ଅଧ୍ୟକ୍ଷତାରେ ସମବାୟ ବିଭାଗର ବିଭାଗୀୟ ନିର୍ଦ୍ଦେଶକ ଓ ସଚିବ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାନସଭା ଷ୍ଟାଡିଙ୍ଗୀ କିମିଟି ର ସଦସ୍ୟ ତଥା ବିରୋଧୀ ଦଳର ସଦସ୍ୟ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଚାଷୀ ପଞ୍ଜୀକରଣ ର ନିମନ୍ତେ ନୂତନ ନିୟମାବଳୀ ର ପୂର୍ଣ୍ଣ ବିଚାର କରି ସରଳିକରଣ କରିବା ସମବାୟ ସମିତି ମାଧ୍ୟମରେ ଚାଷୀ ମାନଙ୍କୁ ଆବଶ୍ୟକ ଅନୁଯାୟୀ ସାର୍ ଯୋଗାଇ ଦେବା ଓ ସାରା ର କଳାବଜାରୀ ଉପରେ ନଜର ରଖିବା ଏବଂ ଲଗାଣ ବର୍ଷା ଯୋଗୁଁ ଚାଷୀ କୃଷକ ବନ୍ଧୁ ମାନଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସରକାର ଙ୍କ ଏ ନୂତନ ଚାଷୀ ପଞ୍ଜୀକରଣ ଆଇନ୍ ବୋଝ ଉପରେ ନଳିତା ବିଡା ବୋଲି ମତପ୍ରକାଶ କରିଥିଲେ। ଉକ୍ତ ବୈଠକରେ ବିଧାନସଭା ଷ୍ଟାଡିଙ୍ଗୀ କିମିଟି ର ଅନ୍ୟାନ୍ୟ ସଦସ୍ୟ ଓ ବିରୋଧୀ ଦଳର ବରିଷ୍ଠ ସଦସ୍ୟ ତଥା ବିଧାୟକ ଉପସ୍ଥିତ ଥିଲେ।

SOURCE: ODIA PUA