Home national news oriya ହିନ୍ଦୀ ପୁସ୍ତକ ଉନ୍ମୋଚିତ

ହିନ୍ଦୀ ପୁସ୍ତକ ଉନ୍ମୋଚିତ

4
0

Source :- ODIA PUA

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥ ପ୍ରସାଦ ହାଇସ୍କୁଲର ହିନ୍ଦୀ ଶିକ୍ଷକ ସରୋଜ କୁମାର ପଣ୍ଡାଙ୍କ ଆଦର୍ଶ ହିନ୍ଦୀ ବ୍ୟାକରଣ ଓ ପ୍ରକାଶ ଜେନାଙ୍କ ବ୍ୟାକରଣ ନିଧି ଓ ପରିଧି ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଭଦ୍ରକ ହାଇସ୍କୁଲ ଠାରେ ଅନୁଷ୍ଠିତ ନବୀକରଣ ପାଠ୍ୟକ୍ରମ କର୍ମଶାଳାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ଭୁବନେଶ୍ୱର କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନର ନିର୍ଦେଶକ ପ୍ରଫେସର ଡ. ରଣଜିତ କୁମାର ଦାସ, ସମ୍ମାନିତ ଅତିଥି ଭାବେ ପ୍ରଫେସର ଚନ୍ଦ୍ର ପ୍ରତାପ ସିଂ, ବରିଷ୍ଠ ହିନ୍ଦୀ ଶିକ୍ଷକ ଦେବ କିଶୋର ଦାସ, ପ୍ରକାଶ ଚନ୍ଦ୍ର ଖଟୁଆ, ନବକିଶୋର ମଲ୍ଲିକ, ପଲ୍ଲବୀ ପ୍ରଧାନ, ପିଙ୍କି ପ୍ରିୟଦର୍ଶିନୀ ପଣ୍ଡା ପ୍ରମୁଖ ଯୋଗଦେଇ ଦୁଇଗୋଟି ନୂତନ ପୁସ୍ତକକୁ ଉନ୍ମୋଚିତ କରିଥିଲେ। ଜିଲ୍ଲାର ବିଭିନ୍ନ ହାଇସ୍କୁଲରୁ ଆସିଥିବା ହିନ୍ଦୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।

SOURCE: ODIA PUA