Home national news oriya ଫଟୋଚିତ୍ର ପ୍ରଦାନ କଲେ ନମିତା ବେହେରା

ଫଟୋଚିତ୍ର ପ୍ରଦାନ କଲେ ନମିତା ବେହେରା

4
0

Source :- ODIA PUA

ଭଦ୍ରକ, ୧୩ା୮ – ଭଦ୍ରକ ଜିଲ୍ଲା ବନ୍ତ ତହସିଲର ଅତିରିକ୍ତ ତହସିଲ୍‌ଦାର ପ୍ରସନ୍ନ ମହାନ୍ତିଙ୍କୁ ଫଟୋଚିତ୍ର ପ୍ରଦାନ କରାଯାଇଛି । ବୁଧବାର କାର୍ଯ୍ୟାଳୟରେ ଚିତ୍ରଶିଳ୍ପୀ ନମିତା ବେହେରା ଶ୍ରୀ ମହାନ୍ତିଙ୍କୁ ତାଙ୍କର ଅବିକଳ ଫଟୋଚିତ୍ର ପ୍ରଦାନ କରିଥିଲେ । କଲମ ମୁନର ଏହି ପ୍ରତିଛବିକୁ ପ୍ରଶଂସା କରିଥିବା ବେଳେ ଭବିଷ୍ୟତରେ ଜିଲ୍ଲା ଓ ରାଜ୍ୟ ପାଇଁ ଅଧିକ ଗୌରବ ସାଉଟିଂବା ନେଇ ଆର୍ଶିବାଦ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହ, ନାରୀନେତ୍ରୀ ସାବିତ୍ରୀ ସାହୁ,ସମାଜସେବୀ ତପନ ବାରିକ, ହୃଷିକେଷ ଭୂୟାଁଙ୍କ ସମେତ ନମିତାଙ୍କ ପିତା ରବିନାରାୟଣ ବେହେରା ଉପସ୍ଥିତ ଥିଲେ । ପ୍ରକାଶଯେ ଫଟୋଚିତ୍ରଶିଳ୍ପୀ ଶୁଶ୍ରୀ ବେହେରାଙ୍କ ଘର ଚାରିଗାଁ ପଚାଂୟତ ଚକ୍ରାପାଢୀ ଗ୍ରାମରେ ହୋଇଥିବା ବେଳୈ ଭଦ୍ରକ ଚାରୁ ଓ କାରୁକଳାରୁ ସ୍ନାତକ ଡିଗ୍ରୀ ହାସଲ ପରେ ୬ ଶହରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ,ଭଦ୍ରକ ସାଂସଦ, ବାଲେଶ୍ୱର ସାଂସଦ, ଭଦ୍ରକ ବିଧାୟକ, ସିମୁଳିଆ ବିଧାୟକ, ଭଦ୍ରକ ଏସପି ପ୍ରମୁଖଙ୍କୁ ଫଟୋଚିତ୍ର ପ୍ରଦାନ କରି ଇଟଂର ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ୱାର୍ଲ୍ଡ ୱାଇଡ୍ ଡକ୍ଟରେଟ୍ ଆୱାର୍ଡ, ବିଦ୍ୟାରତ୍ନ ଆୱାର୍ଡ ପାଇସାରିଥିବା ବେଳେ ଆଗକୁ ଗିର୍ନିଜି ବୁକ୍ ଅଫ୍ ରେକର୍ଡ ଲକ୍ଷ୍ୟରେ କାର୍ଯ୍ୟ ଜାରି ରଖିଛନ୍ତି ।

SOURCE: ODIA PUA