Home national news oriya ବନ୍ୟା ପାଣି ନିଷ୍କାସିତ ପ୍ରତିବାଦରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ଗୁରୁଦାସପୁର ରେଳପଥରୁ ଉଠିଲା ଶୋଠ

ବନ୍ୟା ପାଣି ନିଷ୍କାସିତ ପ୍ରତିବାଦରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ଗୁରୁଦାସପୁର ରେଳପଥରୁ ଉଠିଲା ଶୋଠ

5
0

Source :- ODIA PUA

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ -ଧାମରା ରେଳପଥର ତିହିଡି଼ ବ୍ଲକ ରାଜନଗର ପଂଚାୟତ ଅଧୀନ ଗୁରୁଦାସପୁର ଠାରେ ବନ୍ୟା ଜଳ ନିଷ୍କାସନ ନ ହେବା ପ୍ରତିବାଦରେ ଗୁରୁବାର ୪ଘଂଟା ରେଳପଥ ଅବରୋଧ କରାଯାଇଛି । ରେଳପଥରେ ବନ୍ୟା ପାଣି ନିଷ୍କାସିତ ହୋଇନପାରିବାରୁ ଗୁରୁଦାସପୁର ଗ୍ରାମବାସୀ ସକାଳ ୭ଟା ଠାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଏହି ରେଳପଥ ଅବରୋଧ କରିଥିଲେ । ପରେ ଧାମରା ପୋର୍ଟ କମ୍ପାନୀ ଲିମିଟେଡ଼ ପକ୍ଷରୁ ଆନନ୍ଦ ଶଙ୍କର ଦାସ ଆସି ଆନ୍ଦୋଳନ ସ୍ଥଳରେ ପହଂଚି ଅବରୋଧକାରୀଙ୍କୁ ବୁଝାଶୁଝା କରିବସହିତ ରେଳପଥରେ ବସିଥିବା ଶୋଠକୁ ଜେସିବି ସହାୟତାରେ ଉଠାଇ ଦିଆଯାଇଥିଲା । ପରେ ସେଠାରେ କଲଭର୍ଟ ନିର୍ମାଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ପରେ ଗ୍ରାମବାସୀଙ୍କ ଦାବିକ୍ରମେ କମ୍ପାନୀ କର୍ତୃପକ୍ଷ ବିପନ୍ନଙ୍କୁ ଚୁଡା, ଗୁଡ ଓ ବିସ୍କୁଟ ଶୁଖିଲା ଖାଦ୍ୟ ବଂଟନ କରିଥିଲେ। ଆନ୍ଦୋଳନକାରୀମାନେ ଦର୍ଶାଇଛନ୍ତି ଯେ, ଭଦ୍ରକ -ଧାମରା ରେଳପଥରେ ଆବଶ୍ୟକ ସଂଖ୍ୟକ ପୋଲ ଓ କଲଭର୍ଟ ନାହିଁ । ଜମିରୁ ପାଣି ନିଷ୍କାସନ ପାଇଁ କେବଳ ଶୋଠ ବସା ଯାଇଛି । ମାତ୍ର ଏହି ଶୋଠରେ ବନ୍ୟା ପାଣି ନିଷ୍କାସିତ ହୋଇ ପାରୁନାହିଁ । ଜମିରେ ମାସେ ହେଲା ବନ୍ୟା ପାଣି ଜମି ରହିବା ଯୋଗୁ ଧାନଚାଷ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ଏପରିକି ଗୁରୁଦାସପୁର ଗ୍ରାମ ମଧ୍ୟ ବନ୍ୟା ପାଣି ଘେରରେ ରହିଥିବା ଗ୍ରାମବାସୀ ଦର୍ଶାଇଥିଲେ । ଗ୍ରାମର ଆଲୋକ ପଲାଇ, ରାମଚନ୍ଦ୍ର ରାଉତ, ବୃନ୍ଦାବନ ବଳ, ଗଣେଶ ରାଉତ, ପାପୁନ ରାଉତ, ଅଣାକର ବଳ, ସୁବ୍ରତ ରାଉତଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ରେଳରୋକୋରେ ସାମିଲ ହୋଇଥିଲେ ।

SOURCE: ODIA PUA