Home national news oriya ଶାନ୍ତିଲତା ମହାପାତ୍ରଙ୍କ ବିୟୋଗରେ ପଥପ୍ରାନ୍ତ ଶ୍ରଦ୍ଧାଞ୍ଜଳି ସଭା

ଶାନ୍ତିଲତା ମହାପାତ୍ରଙ୍କ ବିୟୋଗରେ ପଥପ୍ରାନ୍ତ ଶ୍ରଦ୍ଧାଞ୍ଜଳି ସଭା

3
0

Source :- ODIA PUA

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲୋକପ୍ରିୟ ଶିକ୍ଷୟିତ୍ରୀ ଓ ସମାଜସେବିକା ଶାନ୍ତିଲତା ମହାପାତ୍ରଙ୍କ ବିୟୋଗରେ ଭଦ୍ରକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଓ ବରିଷ୍ଠ ନାଗରିକ ମଂଚର ମିଳିତ ଆନୁକୁଲ୍ୟରେ ଏକ ପଥପ୍ରାନ୍ତ ଶ୍ରଦ୍ଧାଞ୍ଜଳି ସଭା ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଶ୍ରଦ୍ଧାଂଜଳି ସଭାରେ କର୍ମଚାରୀ ସଂଘର ଉପସଭାପତି ତଥା ବରିଷ୍ଠ ସାହିତ୍ୟିକ ହରମୋହନ କୁଅଁର ଅଧ୍ୟକ୍ଷତା କରିଥିଲେ । ସଭାପତିଙ୍କ ଅନୁରୋଧ କ୍ରମେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ଅନ୍ୟତମ ବରିଷ୍ଠ ସଦସ୍ୟ ତଥା ପ୍ରେମପୃଥିବୀ ପତ୍ରିକାର ସଂପାଦକ ଶ୍ରୀ କୈଳାସ ଚନ୍ଦ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଉପସ୍ଥିତ ସଦସ୍ୟଗଣ ଶାନ୍ତି ଦେବୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ । ଉକ୍ତ ପଥପ୍ରାନ୍ତ ଶ୍ରଦ୍ଧାଂଜଳି ସଭାରେ କରୁଣାକର ଉପାଧ୍ୟାୟ, ଅଜିତ୍ କୁମାର ନାୟକ, ଅକ୍ଷୟ କୁମାର ହୋତା, ଶାନ୍ତିଲତା ବରିକ୍‌, ବିନୟ କୁମାର ପଣ୍ଡା, ଯୁଧିଷ୍ଠିର ବାରିକ୍‌, ମଦନ ମୋହନ ନାୟକ, ମୁକ୍ତିକାନ୍ତ ମହାପାତ୍ର, ନିରଞ୍ଜନ ବିଶ୍ୱାଳ, ଶ୍ରୀଧର ଦାସ, ଆଦିତ୍ୟ କୁମାର ଗୋସ୍ୱାମୀ, ଜିତେନ୍ଦ୍ର ନାରାୟଣ ମହାପାତ୍ର, ଅଜିତ୍ କୁମାର ଦାସ, ଯତୀନ୍ଦ୍ର ନାୟକ, ରବୀନ୍ଦ୍ର କୁମାର ମହାରଣା, ପ୍ରଦୀପ୍ତ କୁମାର ଦାସ, ଦିଲୀପ କୁମାର ନାୟକ, ବାଦଲ କିଶୋର ମହାପାତ୍ର, ଅରବିନ୍ଦ ବସନ୍ତରାୟ, ଅରୁଣ କୁମାର ମିତ୍ର, ଗୋଲକ ବିହାରୀ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ମନ୍‌ସୁର ଅଲ୍ଲୀ, ବୀରନାରାୟଣ ଦାସ, ପ୍ରଜ୍ଞା ପଟ୍ଟନାୟକ, ଅଟଳ କୁମାର ବେହେରା, ପର୍ଶୁରାମ ସାହୁ, ଅକ୍ଷୟ କୁମାର ନାୟକ, ଗୋପାଳ ଚରଣ ସେଠୀ, ସୁରେଶ କୁମାର ସାହୁ, କମଳାକାନ୍ତ ସ୍ୱାଇଁ, ପ୍ରଶାନ୍ତ କୁମାର ଦେ, ତାରକଦାସ ଆଢ୍ୟ ଓ ଭାସ୍କର ଚନ୍ଦ୍ର ବେହରା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।

SOURCE: ODIA PUA