Home national news oriya ସମାଜସେବୀ ରାଜେନ୍ଦ୍ରଙ୍କ ପରଲୋକ

ସମାଜସେବୀ ରାଜେନ୍ଦ୍ରଙ୍କ ପରଲୋକ

4
0

Source :- ODIA PUA

ଭଦ୍ରକ, ୨୫ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ଗଭରପୁର ଗ୍ରାମର ସମାଜସେବୀ ରାଜେନ୍ଦ୍ର ନାୟକ(୭୭)ଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ସେ ଆଜି ସକାଳେ ନିତ୍ୟକର୍ମ ସାରୁଥିବା ବେଳେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ପରିବାରର ଡ.ସୁଧାଂଶୁ ନାୟକ, ରମେଶ ଚନ୍ଦ୍ର ନାୟକ,ସରେଶ ନାୟକ, ପରମେଶ୍ୱର ବାରିକ, ଡ. ମମତା ନାୟକ, କଳ୍ପନା ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମୃତ୍ୟୁଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ôଛ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ତାଙ୍କୁ ଶୋଭାଯାତ୍ରାରେ ନିଆଯାଇ ବାଡିରେ ଦାହ କରାଯାଇଥିଲା । ପୁତ୍ର ଉମେଶ ଚନ୍ଦ୍ର ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତଃ ରାଜେନ୍ଦ୍ର ଜଣେ ସରଳ ଓ ଅମାୟିକ ସାଙ୍ଗକୁ ସମସ୍ତଙ୍କ ସହ ଭାତୃତ୍ୱଭାବ ରଖୁଥିବା ବ୍ୟକ୍ତି ଥିବା ବେଳେ ତାଙ୍କ ମୃତ୍ୟୁରେ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି ।

SOURCE: ODIA PUA