Home national news oriya କୋଠାର ସେବା ସମବାୟ ସମିତିରେ ଚଂଚକତା ଅଭିଯୋଗ, ଧାନ ପଞ୍ଜିକରଣରେ ଦୁର୍ନୀତି କରୁଛନ୍ତି ସମିତିର କର୍ମଚାରି

କୋଠାର ସେବା ସମବାୟ ସମିତିରେ ଚଂଚକତା ଅଭିଯୋଗ, ଧାନ ପଞ୍ଜିକରଣରେ ଦୁର୍ନୀତି କରୁଛନ୍ତି ସମିତିର କର୍ମଚାରି

4
0

Source :- ODIA PUA

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ରେ କେତେକ ସେବା ସମବାୟ ସମିତି ରେ ଚାଷୀ ଙ୍କ ପଞ୍ଜୀକରଣ ନାମରେ ମହା ଦୁର୍ନୀତି ପଦାକୁ ଆସୁଛି।ଧାମନଗର ବ୍ଲକ କୋଠାର ସେବା ସମବାୟ ସମିତିରେ ଧାନ ପଞ୍ଜିକରଣ କୁ ନେଇ ଏପରି ବିବାଦ ଦେଖାଦେଇଛି। ଚୁଡ଼ାକୁଟି ପଂଚାୟତର ବୃଦ୍ଧା ସୁକଲତା ସାହୁଙ୍କ ନାମରେ ବରହମପୁର ଓ ସୋରିଷଡିହ ମୌଜାରେ ପ୍ରାୟ ୨ ଏକର ଜମି ରହିଛି। ମା’ଙ୍କ ନାମରେ ଜମି ଥିବାରୁ ତାଙ୍କ ୫ ଜଣ ପୁଅ ଧାନ ପଞ୍ଜିକରଣ ପାଇଁ ଜମିର କାଗଜପତ୍ର ଓ ଆଧାର କାର୍ଡ ଧରି ନିକଟ ଚୁଡ଼ାକୁଟି ସେବା ସମବାୟ ସମିତିକୁ ଯାଇଥିଲେ। ସେଠାରେ ଜମିଟି ପୂର୍ବରୁ କୋଠାର ସେବା ସମବାୟ ସମିତିରେ ଅନ୍ୟ ଜଣଙ୍କ ନାମରେ ପଞ୍ଜିକରଣ ହୋଇଥିବା ସେମାନେ ଜାଣିବାକୁ ପାଇଥିଲେ। ଏହାପରେ ସୁକଲତା ଙ୍କ ପୁଅ ଭାସ୍କର ସାହୁ ଓ ପୁତୁରା କୋଠାର ସେବା ସମବାୟ ସମିତିରେ ପହଞ୍ଚି ଜମି ମାଲିକଙ୍କ ଅଜାଣତରେ ପଞ୍ଜିକରଣ କିପରି ହେଲା ବୋଲି ପଚାରିଥିଲେ। ଏନେଇ ତାଙ୍କୁ ଧମକଚମକ ଦିଆଯିବା ସହ ପୁଲିସରେ ଦେଇଦେବାକୁ ଧମକ ଦିଆଯାଇଥିବା ଭାସ୍କର ଅଭିଯୋଗ କରିଛନ୍ତି।ସରକାରୀ ନିୟମ ଅନୁଯାୟୀ, ଧାନ ବିକ୍ରି ପାଇଁ ଚାଷୀଙ୍କ ପଞ୍ଜିକରଣ ବାଧ୍ୟତାମୂଳକ। ପଞ୍ଜିକରଣ ସମୟରେ ଚାଷୀଙ୍କ ବ୍ୟକ୍ତିଗତ, ଜମି ଓ ବ୍ୟାଙ୍କ ତଥ୍ୟ ଅଧିକୃତ ସେବା ସମବାୟ ସମିତି ପକ୍ଷରୁ ଅନଲାଇନରେ ଅପଲୋଡ କରାଯାଏ। ଏଥିସହ ଆଧାର ଆଧାରିତ ଇ-କେୟାସି ଯାଂଚର ମଧ୍ୟ ବ୍ୟବସ୍ଥା ରହିଛି।ଏପରି ସ୍ଥିତିରେ ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ତାଙ୍କ ଜମି ଅନ୍ୟ ଜଣଙ୍କ ନାମରେ କିପରି ପଞ୍ଜିକରଣ ହେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ଉଚ୍ଚପଦା ଅଂଚଳର ଜଣେ ଚାଷୀ ଅନଲାଇନରୁ ଜମି ପଟ୍ଟା ବାହାର କରି ଉକ୍ତ ଜମିରେ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। ଜମି ମାଲିକାନା ଓ ପଞ୍ଜିକରଣ ସମୟରେ କୋଠାର ସେବା ସମବାୟ ସମିତିରେ ଦାଖଲ ହୋଇଥିବା ଦସ୍ତାବିଜ ଯାଂଚ ହୋଇଥିଲା କି ନାହିଁ, ଆଧାର ଆଧାରିତ ଯାଂଚ କିପରି ହେଲା ଏବଂ ଅନଲାଇନ୍ ପଞ୍ଜିକରଣ ବ୍ୟବସ୍ଥାରେ ଏଭଳି ତ୍ରୁଟି କିପରି ଘଟିଲା, ତାହାର ତଦନ୍ତ ଆବଶ୍ୟକ ହୋଇପଡ଼ିଛି। ଘଟଣାରେ ପଞ୍ଜିକରଣ ତଥ୍ୟ, ଜମିର କାଗଜପତ୍ର ଓ ଆଧାର ଯାଂଚର ସମସ୍ତ ରେକର୍ଡ ଯାଂଚ କରାଯାଇ ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଜମି ମାଲିକଙ୍କ ପରିବାର ପକ୍ଷରୁ ଦାବି ହୋଇଛି। ଉକ୍ତ ସମିତି ର ସମ୍ପାଦକ ଓ କର୍ମଚାରି ମିଳିମିଶି ଏପରି ଅନ୍ୟ ଜମିର ପଟା କୁ ଜାଲିଆତି କରୁଛନ୍ତି ବୋଲି ଭାସ୍କର ଅଭିଯୋଗ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟସେ ଅଭିଯୋଗ କରିଛନ୍ତି।ଏ ସମ୍ପର୍କରେ ସମିତି ସମ୍ପାଦକ ରାମଚନ୍ଦ୍ର ଦାସ କହିଛନ୍ତି, ଉଚ୍ଚପଦା (ଅଶୁରାଳୀ)ର ଜଣେ ବ୍ୟକ୍ତି ଜମି ମାଲିକଙ୍କ ମୃତ୍ୟୁ ହୋଇଥିବା କହି କାଗଜପତ୍ର ଦେଇଥିଲେ। ତାଙ୍କ ତଥ୍ୟ ଆଧାରରେ ପଞ୍ଜିକରଣ ହୋଇଥିଲା। ଏବେ ପ୍ରକୃତ ଜମି ମା ଙ୍କ ଅଭିଯୋଗକ୍ରମେ ପଞ୍ଜିକରଣ ବାତିଲ କରିଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।ତେବେ ପଞ୍ଜୀକରଣ ବେଳେ ସମସ୍ତ ତଥ୍ୟ ନେବା ପରେ ପଞ୍ଜୀକରଣ ହେଉଥିବା ବେଳେ ଏପରି ଘଟଣା ଘଟିଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଅନେକ ଦୁର୍ନୀତି ପଦାକୁ ଆସିବ ବୋଲି ଭାସ୍କର ସାହୁ ଦାବି କରିଛନ୍ତି।

SOURCE: ODIA PUA