Source :- ODIA PUA
ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମଞ୍ଜୁରୀରୋଡସ୍ଥିତ ନାଆମୀ କଲେଜରେ ଏବିଭିପିର ସଦସ୍ୟତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। “ଜ୍ଞାନ, ଚରିତ୍ର, ଏକତା ଓ ରାଷ୍ଟ୍ର ପୁନର୍ନିର୍ମାଣ’ ର ମହାନ ଲକ୍ଷ୍ୟରେ ପ୍ରେରିତ ହୋଇ ଶତାଧିକ ଛାତ୍ରଛାତ୍ରୀ ଏବିଭିପିର ସଦସ୍ୟତା ଗ୍ରହଣ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ଓମକାର ମହାନ୍ତିଙ୍କ ଉପସ୍ଥିତିରେ ସଦସ୍ୟତା ସମ୍ପୂର୍ଣ୍ଣ ହୋଇଥିଲା। ଏହି ଅବସରରେ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ରାଜେଶ ମହାନ୍ତଙ୍କୁ ବିଦ୍ୟାର୍ଥୀ ପରିଷଦର ମାସିକ ପତ୍ରିକା “ଛାତ୍ର ଶକ୍ତି’ ପ୍ରଦାନ କରାଯାଇଥିଲା। ଏହି ସଦସ୍ୟତା ଅଭିଯାନ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଭିତରେ ରାଷ୍ଟ୍ରଭକ୍ତି ଏବଂ ସମାଜସେବା ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।
SOURCE: ODIA PUA



