Home national news oriya ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

5
0

Source :- ODIA PUA

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିଡିଓ ଦେବଦତତ୍ତ ଦାଶଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରକୁ ମୁଖ୍ୟଅତିଥି ସାଂସଦ ଅଭିମନ୍ୟୁ ସେଠୀ ଉଦଘାଟନ କରିଥିଲେ। ଏଥିରେ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ପଂଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ମୀତା ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଶିବିରରେ ଶାରିରୀକ ଭିନ୍ନକ୍ଷମ ପାଇଁ ୧୧୨ ଦରଖାସ୍ତ, ଶ୍ରବଣ ଓ ଭାଷା ବାଧିତ ପାଇଁ ୪୬ ଦରଖାସ୍ତ, ଦୃଷ୍ଟି ବାଧିତ ପାଇଁ ୧୯ ଦରଖାସ୍ତ, ମାନସିକ ଅନଗ୍ରସର ପାଇଁ ୩୮ ଦରଖାସ୍ତ ଓ ଭିନ୍ନକ୍ଷମ ଶିଶୁ ପାଇଁ ୨୪ ଦରଖାସ୍ତ ହୋଇ ପରୀକ୍ଷା କରାଯାଇଥିଲା। ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଅସ୍ଥି ବିଶେଷଜ୍ଞ ଡା. ଉମାକାନ୍ତ ଜେନା, ଭେଷଜ ବିଶେଷଜ୍ଞ ଡା. ଏସ. ମହାପାତ୍ର, ଚକ୍ଷୁ ବିଶେଷଜ୍ଞ ଡା. ରମାକାନ୍ତ ସାହୁ, ନାସା, କର୍ଣ୍ଣ ଓ ଗଳା ବିଶେଷଜ୍ଞ ଡା. ବୈଦ୍ୟନାଥ ଓଝା ପ୍ରମୁଖ ପରୀକ୍ଷା କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସାନ୍ତ୍ୱନା ଦାସ ଧନ୍ୟବାଦ ଦେଇଥିଲେ।

SOURCE: ODIA PUA