Home national news oriya ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଏସପିଙ୍କ ସହ ଆଲୋଚନା

ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଏସପିଙ୍କ ସହ ଆଲୋଚନା

5
0

Source :- ODIA PUA

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ବରିଷ୍ଠ ଏସପି ମନୋଜ ରାଉତଙ୍କୁ ରାଜ୍ୟ ଗୃହ ବିଭାଗ ତାଙ୍କର କର୍ତବ୍ୟନିଷ୍ଠ ଓ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ଭଦ୍ରକ ଜିଲ୍ଲା ତଥା ସାରା ରାଜ୍ୟରେ ଲୋକପ୍ରିୟତା ପାଇଁ ପ୍ରଶଂସନୀୟ କାର୍ଯ୍ୟ ଯୋଗୁଁ ରାଜ୍ୟ ସରକାର ସିନିୟର ସୁପରିନଟେଣ୍ଡଂଟ ଅଫ ପୋଲିସ (ଏସ.ଏସ.ପି.)ପଦୋନ୍ନତି କରିଛନ୍ତି। ଏଥିପାଇଁ ଜିଲ୍ଲାର ବରିଷ୍ଠ ନାଗରିକଙକ୍ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି। ଜିଲ୍ଲାର ବରିଷ୍ଠ ମାନଙ୍କର ପାରିବାରିକ ଓ ସାମାଜିକ ଚଳଣିରେ ସମସ୍ୟାର ଉପଯୁକ୍ତ ତଦନ୍ତ ପୂର୍ବକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରି ସମ୍ପୃକ୍ତ ଥାନା ଅଂଚଳର ଥାନାଧିକାରୀ ତ୍ୱରିତ ନ୍ୟାୟ ପ୍ରଦାନ କରିବାକୁ ଜିଲ୍ଲା ବରିଷ୍ଠ ମହାସଂଘର ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ଏସ୍‌ପିଙ୍କୁ ନିବେଦନ କରି ସମସ୍ତ ଥାନାଧିକାରୀମାନଙ୍କୁ ଏ ଦିଗରେ ଆଇନାନୁଯାୟୀ ବିହୀତ ପଦକ୍ଷେପ ନେବାକୁ ବିନମ୍ରତାର ସହ ଅନୁରୋଧ କରିଥିଲେ। ଏହି ଆଲୋଚନାରେ କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ସଭ୍ୟ ଗିରୀଶ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ।

SOURCE: ODIA PUA