Home national news oriya ଅବହେଳାର ଅରଣ୍ୟରେ କୋଠାର-ନସଲାପୁର ବାଇପାସ ରାସ୍ତା,ଦୀର୍ଘ ଦୁଇ ବର୍ଷର ପ୍ରତିଶୃତି ପରେ ବି ଅସମାଧାୟ ରହିଛି...

ଅବହେଳାର ଅରଣ୍ୟରେ କୋଠାର-ନସଲାପୁର ବାଇପାସ ରାସ୍ତା,ଦୀର୍ଘ ଦୁଇ ବର୍ଷର ପ୍ରତିଶୃତି ପରେ ବି ଅସମାଧାୟ ରହିଛି ସମସ୍ୟା, ଦୁର୍ଦ୍ଦଶାରେ ୫୦ ହଜାର ଜନସାଧାରଣ

6
0

Source :- ODIA PUA

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଗୁରୁତ୍ୱପୂର୍ଣ୍ଣ କୋଠାର-ନସଲାପୁର ପ୍ରସ୍ତାବିତ ବାଇପାସ ରାସ୍ତା ଦୀର୍ଘ ଦିନ ହେଲା ପ୍ରତିଶୁତି ରେ ରେ ରହିଛି। କୋଠାର – ଧାମନଗର ଏହି ରାସ୍ତା ଦେଇ ଦୈନନ୍ଦିନ ଯାତାୟାତ କରୁଥିବା ଶହ ଶହ ସ୍ଥାନୀୟ ବାସିନ୍ଦା ଏବଂ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଥରେ ସାମାନ୍ୟ ଚାରିଚକିଆ ଯାନ ଯିବା ମଧ୍ୟ ଏକପ୍ରକାର ଦୁଃସ୍ୱପ୍ନ ପାଲଟିଛି। ଛଅ ଚକିଆ କିମ୍ବା ବଡ଼ ଗାଡ଼ି କଥା ନ କହିବା ଭଲ, କାରଣ ମାତ୍ର ୧୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ରାସ୍ତାରେ ଏକ ସାଙ୍ଗେ ଦୁଇଟି ବାଇକ ପାର ହେବା ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି।ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ରଥମ ରେ ପୂର୍ବତନ ବିଧାୟକ ଉକ୍ତ ରାସ୍ତାକୁ ବାଇପାସ୍ ପାଇ ଏକ ନକ୍ସା ପ୍ରସ୍ତୁତ କରିଥିଲେ କିନ୍ତୁ ତାଙ୍କର ବିଧାୟକ କାର୍ଯ୍ୟକାଳ ସରିଯାଇଥିଲା,ପରେ ଧାମନଗରର ଯୁବ ବିଧାୟକ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ଏହି ବାବଦରେ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଥିଲେ। ଲୋକଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ନୂତନ ବାଇପାସ ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେବା ସହ ତତ୍ପରତା ପ୍ରକାଶ କରିଥିଲେ ଏବଂ ଭଦ୍ରକ ଜିଲ୍ଲା ପୂର୍ତ ବିଭାଗର ମୁଖ୍ୟ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ଆଜିକୁ ଦୁଇ ବର୍ଷ ପୂରି ଥିଲେ ହେଁ କୌଣସି କାର୍ଯ୍ୟକାରି ହୋଇପାରିଲା ନାହିଁ କି ସମସ୍ୟାର ସମାଧାନ ହେଲା ନାହିଁ।ଏହି ରାସ୍ତାର ଦୁର୍ବଳ ଅବସ୍ଥା ଯୋଗୁଁ କେବଳ ଯାତାୟାତ ପ୍ରଭାବିତ ହେଉନାହିଁ, ବରଂ ରୋଗୀଙ୍କୁ ହସ୍ପିଟାଲ ନେବା ସମୟରେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ବଡ଼ଧରଣର ବିପଦ ଦେଖାଦେଉଛି। ସୁଚନା ଥାଉ କୁ ଉକ୍ତ ରାସ୍ତା ଦେଇ ଦୈନିକ ୬ ଟି ବସ କଟକ ଭୁବନେଶ୍ୱର ସହ ଅନ୍ୟ ଜିଲ୍ଲାକୁ ଯାତାୟାତ କରୁଚି,ଦୈନିକ ଶହ ଶହ ବଡ ବଡ ଗାଡି ଯିବା ସହ ଜରୁରୀ କାଳୀନ ଯାନ ଯାତାୟାତ କରୁଚି ମାତ୍ର ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରୁନି । ଲୋକ ସଂଖ୍ୟା ବୃଦ୍ଧିକୁ ନେଇ କୋଠାର ଧାମନଗର ରାସ୍ତା ର କୋଠାର ନସଲାପୁର ବାଇପାସ ରାସ୍ତା ଆବଶ୍ୟକତା ଜରୁରୀ ହୋଇ ପଡୁଛି। ଏହି ରାସ୍ତା ଉପରେ ପ୍ରାୟ ୫୦ ହଜାରରୁ ଅଧିକ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ନୂତନ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟକୁ କରିବା ପାଇଁ ସାଧାରଣରେ ଦୃଢ଼ ଦାବି ହେଉଛି।ପ୍ରଶାସନିକ ଅନୁମୋଦନ ପରେ ଚଳିତ ଆର୍ôଥକ ବର୍ଷରେ ଧାମନଗର କୋଠାର ରାସ୍ତା ସମେତ ନସଲାପୁର ବାଇପାସ ରାସ୍ତା ନିର୍ମାଣ ଓ ସୃଦ୍ରୁଡ଼ି କରଣ ପାଇଁ ୧୭ କୋଟି ଟଙ୍କାର ପ୍ଲାନ୍ କରା ଯାଇଛି। ଯାହାକି ୨୦୨୨ ରେ ଏହି ପ୍ଲାନ୍ କରା ଯାଇ ଥିଲା।ପରେ ଏହା ୨୩ କୋଟି ଟଙ୍କା ରେ ପ୍ଲାନ କରା ଯାଇଛି ଖୁବ ଶୀଘ୍ର ପ୍ରଶାସନିକ ନିର୍ଦେଶ ପରେ କାର୍ଯ୍ୟ ହେବ ବୋଲି ଯନ୍ତ୍ରୀ ନବଘନ ମାରାଣ୍ଡି କହିଛନ୍ତି।

SOURCE: ODIA PUA