Home national news oriya ବନ୍ତରେ ଦେଶୀ ମଦ ଜବଦ୍

ବନ୍ତରେ ଦେଶୀ ମଦ ଜବଦ୍

3
0

Source :- ODIA PUA

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ପୋଲିସ ରବିବାର ପୋଟ୍ରୋଲିଂ ସମୟରେ ଦେଶୀ ମଦ ଜବଦ କରିଛି । ଚୋରା ମଦ ବିକ୍ରୀରେ ସଂପୃକ୍ତ ବ୍ୟକ୍ତି ଜଣକ ହେଲେ ଛୟାଳସିଂ ଗ୍ରାମର ରବିନ୍ଦ୍ର ଜେନା । ତାଙ୍କ ନିକଟରୁ ୪୫ ପ୍ୟାକେଟ ମହୁଲି ମଦ ଜବଦ କରିଛି ପୋଲିସ୍ । ସେହିପରି ଟିଲୋ ତେଲିସାହିର ପ୍ରମୋଦ କୁମାର ଧଳଙ୍କ ଘରେ ଚଢାଉ କରାଯାଇ ୪୦ ପ୍ୟାକେଟ୍ ମଦ ଜବଦ କରାଯାଇଛି । ଉଭୟଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

SOURCE: ODIA PUA