Source :- ODIA PUA
ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଦ୍ୟପ ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀକୁ ଅଟକ ରଖିଛି ପୋଲିସ। ଏମିତି ହୃଦୟ ବିତକ୍ଷରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜ଼ିଲ୍ଲା ଚାନ୍ଦବାଲି ଥାନା ପାଇକିରାପୁର ରେ । ଏହି ଗ୍ରାମରେ ବିଜୟ ପତି ଓ ତାଙ୍କ ସ୍ତ୍ରୀ କମଳିନୀ ପତି ଏକାଠି ରୁହନ୍ତି ଏବଂ ତାଙ୍କର ତିନୋଟି ଛୋଟ ପିଲା ମଧ୍ୟ ଅଛନ୍ତି । ବିଜୟ ସବୁବେଳେ ମଦ୍ୟ ପାନ କରି ଘରେ ପାଟିତୁଣ୍ଡ ଓ ମାଡପିଟ କରନ୍ତି । ଗତକାଲି ବିଳମ୍ବିତ ରାତିରେ ବିଜୟ ଅତ୍ୟଧିକ ମଦ୍ୟ ପାନ କରିଥିଲେ। ଯାହାଫଳରେ ତାଙ୍କ ସ୍ତ୍ରୀ କମଳିନୀକୁ ବହୁତ ମାଡ଼ ମାରିଥିଲେ । ସେହି ଘର ଭିତରେ କମଳିନୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘରେ ଅନେକ ଗୁଡିଏ ମଦ ବୋତଲର ଭଙ୍ଗା ହୋଇ କାଚ ଗୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ ଚାନ୍ଦବାଲି ପୋଲିସ କୁ ସକାଳୁ ଖବର ଦେଇଥିଲେ। ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଂଚି ମଦ୍ୟପ ସ୍ୱାମୀ ବିଜୟ କୁ ଚାନ୍ଦବାଲି ଥାନାକୁ ନେଇ ଅଟକ ରଖିଛି ।
SOURCE: ODIA PUA




