Home national news oriya ଧାମନଗର ବ୍ଲକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳିତ, ମନ୍ଦିରରେ ଦୀପଦାନ ଓ ମିଷ୍ଟାନ ବଂଟନ

ଧାମନଗର ବ୍ଲକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ପାଳିତ, ମନ୍ଦିରରେ ଦୀପଦାନ ଓ ମିଷ୍ଟାନ ବଂଟନ

4
0

Source :- ODIA PUA

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଧାମନଗର ବ୍ଲକର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ଜନ୍ମଦିନ ପାଳିତ ହୋଇଯାଇଛି। ଏହି ଅବସରରେ ଦଳୀୟ କାର୍ଯ୍ୟକର୍ତା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ ଦେବାଦେବୀ ମନ୍ଦିରରେ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ କାମନା କରି ଦୀପ ଜାଳି ଛନ୍ତି।ବ୍ଲକର ବିଭିନ୍ନ ଅଂଚଳରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସି.ଆରପି. ଏବଂ ଏମ୍‌.ବି.କେ. ମାନଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ବେଶ୍ ଆନନ୍ଦୋଲ୍ଲାସ ର ସହ ପାଳନ କରାଯାଇଛି। ଭଟ୍ଟସାହି ପଂଚାୟତର ଫଳପୁର ସ୍ଥିତ ଅରଲେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉଦ୍ୟମରେ ସ୍ଥାନୀୟ ହର ପାର୍ବତୀ ମନ୍ଦିର ନିକଟରେ ଦୀପ ଦାନ କରାଯାଇଥିଲା। ମା’ ହରପାର୍ବତୀ ଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ନିରାମୟ ଜୀବନ ଓ ଦେଶସେବାରେ ଦୀର୍ଘାୟୁ କାମନା କରି ଦୀପ ଜାଳିବା ସହ ଉପସ୍ଥିତ ଜନସାଧାରଣ ଓ ମହିଳାମାନଙ୍କ ମଧ୍ୟରେ ମିଷ୍ଟାନ ବଂଟନ କରାଯାଇଥିଲା। ସକାଳେ ମଧ୍ୟ ଗୋଷ୍ଟି ତରଫରୁ ଚାରା ରୋପଣ କରା ଯାଇଥିଲା।ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳରେ ବେଶ୍ ଆଦୃତ ହୋଇଥିଲା।

SOURCE: ODIA PUA