Home national news oriya ମୃତ୍ୟୁ ବି ଏମିତି ଆସେ,ସଡ଼କ ଦୁର୍ଘଟଣାରେ ଶିକ୍ଷୟିତ୍ରୀ ମୃତ୍ୟୁ

ମୃତ୍ୟୁ ବି ଏମିତି ଆସେ,ସଡ଼କ ଦୁର୍ଘଟଣାରେ ଶିକ୍ଷୟିତ୍ରୀ ମୃତ୍ୟୁ

3
0

Source :- ODIA PUA

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସକାଳେ ୯.୩୦ ସମୟ ରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ପୁଅ ଅଳ୍ପକେ ଦୁର୍ଘଟଣାରୁ ବର୍ତୀ ଯାଇଛନ୍ତି। ମୃତ୍ୟୁ ଶିକ୍ଷୟିତ୍ରୀଙ୍କ ନାମ ଲୋପାମୁଦ୍ରା ମିଶ୍ର। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କିସ୍ମତ୍ କୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଲୋପାମୁଦ୍ରା ନିଜ ପୁଅଙ୍କ ସହିତ ଇ ସ୍କୁଟିରେ ସ୍କୁଲକୁ ଯାଉଥିବା ବେଳେ ମନ୍ଦାରୀ ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ବୁଲା କୁକୁର ହଠାତ୍ ସ୍କୁଟି ଆଡ଼କୁ ଆସିଯିବାରୁ ଭାରସାମ୍ୟ ହରାଇଥିଲେ ସ୍କୁଟି ଚାଳକ। ସ୍କଟି ଚାଳକଙ୍କ ସହ ଶିକ୍ଷୟିତ୍ରୀ ଜଣଙ୍କ ରାସ୍ତା କୁ ଛିଟିକି ପଡ଼ିଥିଲେ। ମୁଣ୍ଡରେ ଗୁରୁତର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ଅଚେତ ହୋଇ ପଡିଯାଇଥିଲେ ଶିକ୍ଷୟିତ୍ରୀ ଲୋପାମୁଦ୍ରା । ତୁରନ୍ତ ସ୍ଥାନୀୟ ଲୋକେ ଶିକ୍ଷୟିତ୍ରୀଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେହେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଥିଲେ। ଘଟଣାକୁ ନେଈ ସ୍ଥାନୀୟ ଅଂଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ଲୋପାମୁଦ୍ରା ସ୍ଥାନୀୟ ବାସୁଦେବପୁର ପୈରପାଳିକା ଅନ୍ତର୍ଗତ ଭୈରବ ପୁର ଅଂଚଳର ବୋଲି ଯଣାପଡିଛି।

SOURCE: ODIA PUA