Home national news oriya ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟରେ ଖୋଲିଲା +୨ କଳା ଶିକ୍ଷାବର୍ଷ, ଆଜିଠାରୁ ନାମଲେଖା ଆରମ୍ଭ

ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟରେ ଖୋଲିଲା +୨ କଳା ଶିକ୍ଷାବର୍ଷ, ଆଜିଠାରୁ ନାମଲେଖା ଆରମ୍ଭ

2
0

Source :- ODIA PUA

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ପକ୍ଷରୁ ଆରଡିପୀଠରେ ଥିବା ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ +୨ କଳାର ଶିକ୍ଷାବର୍ଷ ଆରମ୍ଭ ହୋଇଛି। ଏହି ଶିକ୍ଷା ବର୍ଷରେ ଆଜିଠାରୁ(୧/୧୦/୨୦୨୬) ନାମଲେଖା ଆରମ୍ଭ ହେବ। ଏହି ଶିକ୍ଷା୍ୱର୍ଷରେ ରାଜନୀତି ବିଜ୍ଞାନ, ଇତିହାସ, ଅର୍ଥନୀତି, ସାମାଜିକ ବିଜ୍ଞାନ ସହ ଅନ୍ୟାନ୍ୟ ପାଠ୍ୟକ୍ରମ ରହିଛି। ଏଥିରେ ସମସ୍ତ ବର୍ଗର ଛାତ୍ରଛାତ୍ରୀମାନେ ନାମ ଲେଖା ପାଇଁ ଆବେଦନ କରିପାରିବେ। ବହୁବର୍ଷ ହେବ ଆରଡି ପୀଠରେ ଏକ ମହାବିଦ୍ୟାଳୟ ଖୋଲିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ବିଭିନ୍ନ ସମୟରେ ରାଜ୍ୟସରକାରଙ୍କ ନିକଟରେ ବହୁବାର ଦାବି କରି ଆସୁଥିଲେ। ଏବେ +୨ ଖୋଲିବା ପରେ ବିଭନ୍ନ ମହଲରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

SOURCE: ODIA PUA