Home national news oriya ବିଶ୍ୱ ହୃଦୟ ଦିବସ ପାଳିତ

ବିଶ୍ୱ ହୃଦୟ ଦିବସ ପାଳିତ

3
0

Source :- ODIA PUA

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରେଡକ୍ରସ ସୋସାଇଟି ଓଡିଶା ଏବଂ ଜୁନିୟର ରେଡକ୍ରସ ଭଦ୍ରକର ମିଳିତ ଆନୁକୂଲ୍ୟରେ ଏହି ବ୍ଲକ ପଧାନପଡା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି । ଏହିଅବସରରେ ଛାତ୍ରଛାତ୍ରୀଙ୍କୁ ସୁସ୍ଥ ହୃଦୟ ପାଇଁ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଗ୍ରହଣ ସାଙ୍ଗକୁ ନିୟମିତ ଯୋଗାଭ୍ୟାସ ଏବଂ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହି ଚାପ ମୁକ୍ତ ଜୀବନ ଶୈଳୀ ଆପଣେଇବାକୁ ସଚେତନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତିଙ୍କ ସଭାପତିତ୍ୱରେ ବ୍ଲକ ଜୁନିୟର ରେଡକ୍ରସ ସଂଯୋଜକ ଅରୁଣ କୁମାର ବାରିକ, ବନ୍ତ ପଶୁ ଚିକିତ୍ସକ ଯୋଗମାୟା ସିଂହ, ଡାକ୍ତର ମୋନାଲିସା ପ୍ରଧାନ ପ୍ରମୁଖ ସୁସ୍ଥ ହୃଦୟ ଜୀବନଯାପନ ନେଇ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ୨ ଶହରୁ ଉର୍ଦ୍ଧ ଜୁନିୟର ରେଡକ୍ରସର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶପଥପାଠ କରାଯାଇଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ହେମନ୍ତ କୁମାର ପରିଡା, ରମାକାନ୍ତ ଜେନା, ଜାହାରୁଦ୍ଦିନ ସାହାଜୀ, ଜଗନ୍ନାଥ ଦ୍ୱିବେଦୀ, ପ୍ରଫୁଲ୍ଲ କୁମାର ଜେନା, ସେକ ସାବିର, ରିହାଜ ଅଲ୍ଲୀଙ୍କ ସମେତ କର୍ମଚାରୀ ବୁଦ୍ଧିରାମ ସାହୁ, ଶରତ ସାହୁ ଓ ନେଜାମୁଦ୍ଦିନ ଖାଁ ସହଯୋଗ କରିଥିଲେ ।

SOURCE: ODIA PUA