Home national news oriya ଖପରପଦା ବିଜେପିର ବୈଠକ

ଖପରପଦା ବିଜେପିର ବୈଠକ

4
0

Source :- ODIA PUA

ଭଦ୍ରକ, ୧୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅସୁରାଳି ଶହୀଦ ମଣ୍ଡଳ ଅଧୀନ ଖପରପଦା ପଂଚାୟତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।ଶକ୍ତି କେନ୍ଦ୍ର ପ୍ରମୁଖ ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ,ସାଂଗଠନିକ ସ୍ଥିତି,ପ୍ରତ୍ୟେକ ବୁଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ ଆୟୋଜନ ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।ବିଜେପି ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ ବୈକୁଣ୍ଠ ନାଥ ସାହୁ,ପୂର୍ବତନ ସରପଂଚ ଗୟାଧର ନାୟକ,ରମାକାନ୍ତ ସାହୁ,ମାନସ ଜେନା,ରମାକାନ୍ତ ସେଠୀ,ଜନାର୍ଦ୍ଦନ ହାଜରା,ଗଙ୍ଗାଧର ନାୟକ,ସଦାନନ୍ଦ ନାୟକ,ଶ୍ରୀଧର ସାହୁ,ପଦ୍ମଲୋଚନ ସାହୁ,ଦେବାଶିଷ ନାୟକ,ପ୍ରଶାନ୍ତ କୁମାର ସାହୁ,ନାରାୟଣ ଦାସ,ଅଜୟ ମଲ୍ଲିକ,କେଶବ ମଲ୍ଲିକ,ମାନସ ସାହୁ,ଗୋପୀନାଥ ସାହୁ,ବିଚିତ୍ର ମହାରଣା,ପ୍ରଫୁଲ୍ଲ ସାହୁ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ମତ ପ୍ରକାଶ କରିଥିଲେ।ଦାଶରଥୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA