Home national news oriya ବିଭିନ୍ନ ପୂଜା ମଣ୍ଡପ ବୁଲି ଜଗତଜନନୀଙ୍କ ଦର୍ଶନ କଲେ ବିଧାୟକ ସଂଜୀବ୍ ମଲ୍ଲିକ

ବିଭିନ୍ନ ପୂଜା ମଣ୍ଡପ ବୁଲି ଜଗତଜନନୀଙ୍କ ଦର୍ଶନ କଲେ ବିଧାୟକ ସଂଜୀବ୍ ମଲ୍ଲିକ

4
0

Source :- ODIA PUA

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧରା ପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମହିଷାମର୍ଦ୍ଦିନୀ ସିଂହ ବାହିନୀ ଦଶଭୁଜା ମାଁ ଦୁର୍ଗା । ଗାଁ ଠାରୁ ସହର ସବୁଠି ଉତ୍ସବ ମୁଖର । ବେଶ୍ ଧୁମ୍ ଧାମରେ ପୂଜା ପାଉଛନ୍ତି ମାଁ ଦଶଭୁଜା । ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବନ୍ତ ବ୍ଲକର ଆଗରପଡା ର ଚାରି ଗାଁ,ବଡ଼ ମଇଁଷିଗୋଠ,ବି.ଟି ପୁର ଗୋପିନାଥପୁର ଗ୍ରାମ ପଂଚାୟତ ର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଦର୍ଶନ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ଯେନା,ବନ୍ତ ବ୍ଲକ୍ ର ବିଜୁ ଜନତା ଦଳର ସଭାପତିଙ୍କ ସମେତ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। ଅନୁରୂପ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ଶାନସ ଗ୍ରାମ ପଂଚାୟତ ର କଂଟାପଡ଼ା ଗ୍ରାମ ର ମାଁ ମହିଷାମର୍ଦ୍ଦିନୀ ସିଂହ ବାହିନୀ ମାଆ ଦୁର୍ଗାଙ୍କୁ ମଧ୍ୟ ଦର୍ଶନ କରିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ। ସେହିପରି ଭଦ୍ରକ ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ବ୍ଲକ୍ ର ଗେଲଟୁଆ, ଦୈସିଂ,କାଉପୁର ଗ୍ରାମ ପଂଚାୟତ ର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଦର୍ଶନ କରିଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ । ଶ୍ରୀ ମଲ୍ଲିକଙ୍କ ସହ ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ, ଭଦ୍ରକ ବ୍ଲକ୍ ବିଜୁ ଜନତା ଦଳର ବ୍ଲକ୍ ସଭାପତି, ବିଜେଡ଼ି ଜିଲ୍ଲା ମହିଳା କାର୍ଯ୍ୟକାରୀ ସଭାପତି ଙ୍କ ସମେତ ଯୁବ ସଙ୍ଗଠକ ଉପସ୍ଥିତ ଥିଲେ। ପୂଜା ପାର୍ବଣ ହେଉ କି ମେଳା ମହୋତ୍ସବ ଆପଣ ମଣିଷ ମାନଙ୍କୁ ପାଖରେ ପାଇବାର ସୁଯୋଗ ଆଣି ଦେବା ସହିତ ସମ୍ପର୍କ ର ସୂତା ଖିଅ କୁ ଆହୁରି ମଜଭୂତ କରିଥାଏ ବୋଲି ମତପ୍ରକାଶ କରିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ।

SOURCE: ODIA PUA