Home national news oriya ନିମାପଡାରେ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା

ନିମାପଡାରେ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା

5
0

Source :- ODIA PUA

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକର ନିମାପଡା କପାଳୀ କ୍ଷେତ୍ର ଠାରେ ଗଜଲକ୍ଷ୍ମୀଙ୍କ ପୂଜା ୧୫ ବର୍ଷ ଧରି ପାଳିତ ହୋଇ ଆସୁଛି । ଚଳିତ ବର୍ଷ ସ୍ଥାନିୟ ନରେନ୍ଦ୍ର ପୋଖରୀରୁ ଘଟୋତଳନ କରାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । କର୍ତା ଭାବେ ଶିକ୍ଷାବିତ୍ ପ୍ରକାଶ ଚନ୍ଦ୍ର ସାହୁ, ସମାଜସେବିକା ଲବଙ୍ଗଲତା ସାହୁ ଦାୟିତ୍ୱ ତୁଲାଇଥିଲେ । ପୂଜକ ପଦ୍ମନାଭ ପଣ୍ଡା, ଜୟନ୍ତ ସୁଆର ଘଟ ନିମର୍ଜନ, ଯଜ୍ଞାଦି କର୍ମ, ମହାଲକ୍ଷ୍ମୀଙ୍କର ସହସ୍ରାର୍ଜନ ଓ ପୂର୍ଣ୍ଣାହୁତି କାର୍ଯ୍ୟ କରିଥିଲେ । ଏହି ପୂଜା ପାଇଁ ମନ୍ଦିର ମାଳିନୀ କପାଳୀ କ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସୂର୍ଯ୍ୟମଣୀ ରାଉଳ, ନାରାୟଣ ଚନ୍ଦ୍ର ସାମଲ, ଅର୍ଜୁନ ବାରିକ, ଭାଗିରଥି ସେଠୀ, ଅନାମ ବାରିକ, ରବିନ୍ଦ୍ର ବିଶ୍ୱାଳ, ଅର୍ଚ୍ଚିତା ବିଶ୍ୱାଳ, ଆଶିଷ ସାହୁ,ସୁରେଶ ବିଶ୍ୱାଳ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ।

SOURCE: ODIA PUA