Home national news oriya କଣ୍ଠଶିଳ୍ପୀ ବସନ୍ତ ଜେନାଙ୍କ ପରଲୋକ

କଣ୍ଠଶିଳ୍ପୀ ବସନ୍ତ ଜେନାଙ୍କ ପରଲୋକ

7
0

Source :- ODIA PUA

ଭଦ୍ରକ, ୨୯ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ବି.ଟି.ପୁର ପଚାଂୟତ ନୂଆପୋଖରୀ ଗ୍ରାମର କଣ୍ଠଶିଳ୍ପୀ ବସନ୍ତ ଜେନା(୬୨)ଙ୍କ ପରଲୋକ ଘଟିଛି। ସେ ଦୀର୍ଘମାସ ହେବ ହାର୍ଟ ଓ କିଡ଼ିନି ରୋଗରେ ପିଡ଼ିତ ଥାଇ କଟକରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପରିବାର ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ଖବରପାଇ ପୂର୍ବତନ ସରପଚଂ ସତ୍ୟବାନ ଦାସ,ଜୟଦେବ ସିଂହ,ସାମାଜିକ କର୍ମୀ ସୁବାଷ ଚନ୍ଦ୍ର ଦାସ,ସ୍ମୃତି ରଞ୍ଜନ ମଲ୍ଲିକ,ଗୌତମ ଜେନା,ଘନଶ୍ୟାମ ମଲ୍ଲିକ ପ୍ରମୁଖ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଶବ ଶୋଭା ଯାତ୍ରାରେ ସାମିଲ ଥିଲେ। ବଡ଼ପୁଅ ଶଶିକାନ୍ତ ଜେନା ମୁଖାଗ୍ନି ଦେଇଥିଲେ। ସେ କଣ୍ଠଶିଳ୍ପୀ ଭାବେ ସମ୍ପୃକ୍ତ ଅଚଂଳରେ ପରିଚିତ ଥିଲେ।

SOURCE: ODIA PUA