Home national news oriya ମୌଦାରେ କାଳୀପୂଜା

ମୌଦାରେ କାଳୀପୂଜା

5
0

Source :- ODIA PUA

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଡାଳପଙ୍କ ସନ୍ନିକଟ ମୌଦା, ରଘୁନାଥପୁର, ଯନ୍ତାଳପଦୀ ଗ୍ରାମର ମିଳିତ ସହଯୋଗରେ ସାର୍ବଜନୀନ କାଳୀ ପୂଜା ୨୦ ବର୍ଷ ଧରି ପାଳନ କରାଯାଉଛି । ଚଳିତ ବର୍ଷ ଏଠାରେ ଶିଳ୍ପୀ ସନାତନ ମହୁରୀଙ୍କ ଦ୍ୱାରା ଠାକୁର ନିର୍ମାଣ କରାଯାଉଥିବା ବେଳେ ସାଂସ୍କୃତିକ ମଂଚରେ ଗାୟିକା ଶୁଶ୍ରୀ ପୂଜାରାଣୀ ସ୍ୱାଇଁ ପାଲା ଏବଂ ବାଲେଶ୍ୱରର ଏସଏସ ମେଲୋଡି ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଛି । ପୂଜା କମିଟିର ହାଡିବନ୍ଧୁ ଜେନା, ସୁବୋଧ କୁମାର ସାହୁ, ବିଜନ ପଢିଆରୀ, ସଞ୍ଜୟ ନାୟକ, ମନୋରଞ୍ଜନ ନାୟକ, ଦାସରଥୀ ଜେନା, ଜଗବନ୍ଧୁ ଜେନାଙ୍କ ସମେତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।

SOURCE: ODIA PUA