Source :- ODIA PUA
ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମତେଇତଟ ଶେଣୀପୁର ସ୍ଥିତ ଗହିରେଶ୍ୱର ଗହିରେଶ୍ୱରୀ ଅଖଣ୍ଡ ସେବା ପୀଠ ଠାରେ ୧୨ ବର୍ଷ ଧରି ପାଳିତ ହୋଇ ଆସୁଥିବା ସାଗର ଦୁଲଣୀ ଅମୃତ ମହୋତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ପୀଠର ମହନ୍ତ ଆବିନାଶ ବାବାଙ୍କ ଆବାହକତ୍ୱରେ ରାଜୀବ ସାମଲ,ଅଭିମନ୍ୟୁ ବାରିକ,ଉଲେଇ ମାଇତି ବିବେକାନନ୍ଦ ଭଞ୍ଜ,ଶ୍ରୀଧର ବାରିକ,ଦୁର୍ଯୋଧନ ଜେନା,ସଂକର୍ଷଣ ବାରିକ,ବିଚିତ୍ର ଭଞ୍ଜ ପ୍ରମୁଖ ଯୋଗଦେଇଥିବା ବେଳେ ବିଶିଷ୍ଠ ଅତିଥି ଭାବେ ହାଟଡ଼ିହି ବ୍ଲକ ମୌଦା ଗ୍ରାମର ସାମାଜିକ କର୍ମୀ ସୁବୋଧ କୁମାର ସାହୁ ଉପସ୍ଥିତ ରହି ଚଳିତ ୧୮ ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ପାଳିତ ହେବାକୁ ଥିବା ଅମୃତ ମହୋତ୍ସବର ସଫଳତା ନେଇ ଆଲୋକପାତ କରିଥିଲେ। ଏହି ମହୋତ୍ସବ ପାଇଁ ପୀଠରେ ସାଗର ଦୁଲଣୀ ଠାକୁର ନିର୍ମାଣ କରାଯାଇଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ ସାସ୍କୃତିକ ମଂଚରେ ବିଶିଷ୍ଠ ବ୍ୟକ୍ତି ମାନଙ୍କୁ ନେଇ ସଭା,ପ୍ରତିଭା ସମ୍ବର୍ଦ୍ଧନା,ସାସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହେବ ବୋଲି ପୀଠର ମହନ୍ତ ଅବିନାଶ ବାବା ସୂଚନା ଦେଇଥିଲେ। ଯଜ୍ଞ କାର୍ଯ୍ୟରେ ବହୁ ସାଧୁସନ୍ଥ ମହାତ୍ମା ମାନଙ୍କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅଖଣ୍ଡ ଧ୍ୱନୀ ପାଇଁ ଘୃତଦାନ ପୂର୍ବକ ମାନସିକଧାରୀ ମାନେ ଉପସ୍ଥିତ ରହିବାକୁ ସେ ନିବେଦନ କରିଛନ୍ତି। ଏହି ମହୋତ୍ସବ ପାଇଁ ଣେଣୀପୁରର ଶକ୍ତି ପୀଠକୁ ଅକର୍ଷଣୀୟ ତୋରଣ ସାଙ୍ଗଙ୍କୁ ଆଲୋକ ମାଳାରେ ସଜ୍ଜା ଯାଇଛି।
SOURCE: ODIA PUA




