Home national news oriya ଆଖଣ୍ଡଳମଣି ମନ୍ଦିରର ବରିଷ୍ଠ ପୂଜାପଣ୍ଡାଙ୍କ ଦେହାନ୍ତ

ଆଖଣ୍ଡଳମଣି ମନ୍ଦିରର ବରିଷ୍ଠ ପୂଜାପଣ୍ଡାଙ୍କ ଦେହାନ୍ତ

4
0

Source :- ODIA PUA

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ପୂଜାପଣ୍ଡା(ଗୋସେଇଁ) ଦାମୋଦର କର(୮୩)ଙ୍କର ଗତ ସୋମବାର ଦିନ ପରଲୋକ ଘଟିଛି । ଏହା ଆରଡ଼ିପୀଠ ପାଇଁ ବହୁତ ବଡ଼ ଦୁଃଖଦାୟକ ଆଣି ଦେଇଛି । ସେ ଜଣେ ଆଧ୍ୟାତ୍ମିକ ବାଦି ତଥା ବେଦ, ସ୍ୱାସ୍ତ୍ର ଆଦ ବିସାରଦ କରୁଥିଲେ। ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୀର୍ଘ ୬୦ ବର୍ଷ ଧରି ସ୍ୱର୍ଗତ ଦାମୋଦର ସେବା ପୂଜା କରିବା ସହ ବିଭିନ୍ନ ପୂଜା ଓ ଚଣ୍ଡିପାଠ ଆଦି କରି ଆସୁଥିଲେ। ଗତ କିଛିଦିନ ହେବ ବାର୍ଦ୍ଧକତାର ଅସୁସ୍ଥତା ଯୋଗୁ ଘରେ ଶଯ୍ୟାଶାୟୀ ଥିଲେ । ତାଙ୍କ ବିୟୋଗରେ ଆରଡ଼ପୀଠରେ ଶୋକାକୁଳ ସୃଷ୍ଟି ହୋଇଛି। ତାଙ୍କ ବିୟୋଗ ଅଂଚଳ ପାଇଁ ବେଦ କର୍ମକାଣ୍ଡ ଓ ପୂଜା ପାଇଁ ଏକ କ୍ଷତି ଆଣି ଦେଇଛି ବୋଲି ମନ୍ଦିରର ସେବାୟତ କହିଛନ୍ତି। ପହଣାସ୍ଥିତ ତାଙ୍କ ବାସଭବନରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରିନ୍ସରାକେଶ ନାୟକ, ବାବା ମଣି ମନ୍ଦିରର ସେବାୟତଗଣ, ନାନ୍ଦପୁର ପଂଚାୟତର ପୂର୍ବତନ ସରପଂଚ ସରୋଜ ଦାସ, ଅରବିନ୍ଦ ପାଢୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୫ ପୁଅ-ବୋହୂ ସମେତ ନାତିନାତୁଣୀମାନେ ଉପସ୍ଥିତ ଥିଲେ ।

SOURCE: ODIA PUA