Home national news oriya ଆଗରପଡ଼ା ଡାକ୍ତରଖାନାରେ ରୋଗୀ ହନ୍ତସନ୍ତ, ସେବା ଗୃହରେ ପାଣି

ଆଗରପଡ଼ା ଡାକ୍ତରଖାନାରେ ରୋଗୀ ହନ୍ତସନ୍ତ, ସେବା ଗୃହରେ ପାଣି

8
0

Source :- ODIA PUA

ଭଦ୍ରକ, ୨୮ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପୁରାତନ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା କେନ୍ଦ୍ରରେ ପାଣି ଲହଡି ମାରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ବିଭାଗୀୟ ଅବହେଳା ଓ ଠିକାଦାରଙ୍କ ମନମାନୀ ଯୋଗୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଅଚଂଳବାସୀ ଅଭିଯୋଗ କରିଛନ୍ତି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ମଙ୍ଗଳବାର ଠାରୁ ଏଠାରେ ବର୍ଷା ଲାଗି ରହିଛି । ଠିକାଦାର ଦୀର୍ଘମାସ ହେବ କାର୍ଯ୍ୟ ଖଣ୍ଡିଆ କରି ପକାଇଥିବାରୁ ସିଢି ଦେଇ ପାଣି ପଶିବାରୁ କେନ୍ଦ୍ରରେ ପାଣି ଲହଡି ମାରୁଛି । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେବା ସହ ଡାକ୍ତରମାନେ ରୋଗୀ ମାନଙ୍କୁ ଠିକ୍ ଭାବେ ଦେଖି ନପାରିବା, ଷ୍ଟାପ ନର୍ସ କୋଠରୀରେ ବସି ନପାରିବା ସର୍ବୋପରି ରୋଗୀ ଓ ସମ୍ପର୍କୀୟ ମାନେ ନାନା ହଇରାଣ ହରକତ ହୋଇ ବେଡ ଉପରେ ଗୋଡ ଟେକି ବସି ରହିବା ପରି ଘଟଣା ପରିଲକ୍ଷିତ ହେଉଛି । ଏହି ପାଣି ଗୃହ ମଧ୍ୟରେ ଥିବା ପାଇଖାନରେ ପଶି ଦୁର୍ଗନ୍ଧ ବାହାରିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସାଙ୍ଗକୁ ରୋଗୀଙ୍କ ସମସ୍ୟାକୁ ଦି୍ୱଗୁଣିତ କରିଛି । ପ୍ରକାଶଥାଉକି ଏନଆରଏଚଏମ୍ ପକ୍ଷରୁ ପାଖାପାଖି ୫୫ ଲକ୍ଷ ଟଙ୍କାରେ ସାଧାରଣ ରୋଗୀ ସେବା ଗୃହର ଉପର ମହାଲା କାର୍ଯ୍ୟ ଦୀର୍ଘ ୭ ମାସ ହେବ ମନ୍ଥର ଗତିରେ ଚାଲିଥିବା ବେଳେ ଦ୍ୱିତୀୟ ମହଲା କାର୍ଯ୍ୟ ଆରମ୍ଭ ହୋଇନି । ଠିକାଦାର ପ୍ରଥମ ମହାଲାରେ ଛାତ ପକାଇଥିବା ବେଳେ ଦେଢ ମାସ ପରେ ମଧ୍ୟ ସେଟ୍ରିଂ ପଟା ବାଉଁସ ଖୋଲା ଯାଇନାହିଁ । ଏହିକାମ ବେଳେ ଠିକାଦାର ସିଢି ଘରକୁ ଭାଙ୍ଗିଥିବା ବେଳେ ତହିଁରେ ଛାତ ନପଡିବା ଯୋଗୁ ବିଶେଷକରି ବର୍ଷା ଋତୁରେ ପାଣି ଗଳି ରୋଗୀ ସେବା କେନ୍ଦ୍ରରେ ଦୀର୍ଘମାସ ହେବ ପଶୁଛି । ରୋଗୀ ଓ କର୍ମଚାରୀଙ୍କ ସୁବିଧା ପାଇଁ ଏନଆରଏଚ୍‌ଏମ୍ ପକ୍ଷରୁ କାର୍ଯ୍ୟ କରାଯାଉଛି, ହେଲେ ଅବଧି ସରିବାକୁ ବସିଥିବା ବେଳେ ଉପର ମହଲା ଛାତ, ଶିଢି ଛାତ, ପ୍ଲାଷ୍ଟର, ଟାଇଲ୍‌, ରଙ୍ଗ ଆଦି ବାକି ରହିଛି । ସଠିକ୍ ସମୟରେ ଏହି କାର୍ଯ୍ୟ ହୋଇ ନପାରିବାରୁ ଅଫିସ୍ ଓ ପାଥୋଲାବ୍‌ର ସୁବିଧା ରୋଗୀ ଓ ସମ୍ପର୍କୀୟ ମାନେ ନପାଇ ହନ୍ତସନ୍ତ ହେଉଛନ୍ତି । କାର୍ଯ୍ୟଖଣ୍ଡିଆ ହୋଇ ପଡିବା ଏବଂ ଏଠାକୁ ଆସୁଥିବା ରୋଗୀଙ୍କ ଅସୁବିଧା ଦୂର ପାଇଁ ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଣି ଶୁଶ୍ରୀ ସଙ୍ଗିତା ବିଶ୍ୱାଳ ଏକାଧିକବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରିଥିଲେ ମଧ୍ୟ କାର୍ଯ୍ୟର ମନ୍ଥରତା ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ତୁରନ୍ତ କାର୍ଯ୍ୟ ସାରି ରୋଗୀଙ୍କ ସେବାରେ ଗୃହକୁ ହସ୍ତାନ୍ତରପାଇଁ ଅଚଂଳବାସୀ ଦୃଢ ଦାବୀ କରିଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀ ମୋବେସରା ଖାନମ୍‌ଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଅକ୍ଟୋବରରେ କାର୍ଯ୍ୟ ସରିବାର ଥିଲା ବିଳମ୍ବ ଯୋଗୁ ଠିକାଦାରଙ୍କୁ ସୋକଜ୍ ନୋଟିସ୍ ସହ ଦରକାର ହେଲେ ଜୋରିମାନା କରାଯିବ ବୋଲି ଏହି ପ୍ରତିନିଧିଙ୍କୁ କହିଛନ୍ତି ।

SOURCE: ODIA PUA