Source :- ODIA PUA
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଂଚାୟତ ଅଧୀନ ଆରସା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଦ୍ୱିତୀୟ ଦିବସ ଅନୁଷ୍ଠିତ ହୋଇ ଯାଇଛି। ସନ୍ଧ୍ୟାରେ ଜୟନ୍ତୀ କମିଟି ସମ୍ପାଦକ ସୁଶାନ୍ତ କୁମାର ବାରିକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିଷର ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇ, ଆରସା ହାଇସ୍କୁଲ ଦୁର୍ବାଦଳରୁ ବିଶାଳ ବଟବୃକ୍ଷ ହୋଇ ଆଜି ତା’ର ସମାରୋହ ପାଳନ କରୁଛି। ବିଦ୍ୟାଳୟର ସମସ୍ତ ପ୍ରତିଷ୍ଠାତାଙ୍କ ଗୁରୁତ୍ୱ ଏବେ ପ୍ରତିପାଦନ ହୋଇଛି ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରେଣ୍ୟ ଅତିଥି ଭାବେ କଳିଙ୍ଗ ଟିଭିର କାର୍ଯ୍ୟ ନିର୍ବାହୀ ଅଧିକାରୀ ହିମାଂଶୁ ଖଟୁଆ, ଫିଲ୍ମନିର୍ଦ୍ଦେଶିକା ବିଦୁସ୍ମିତା ଦାସ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ମୁଖପତ୍ର ‘ସ୍ମୃତି ସୁବର୍ଣ୍ଣା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପୂର୍ବାହ୍ନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜେଶ କୁମାର ଭୋଇଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ମହା ମେଘବାହନ ଐର ଖାରବେଳ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ବିଡିଓ ଜ୍ୟୋତିର୍ମୟ କର, ତିହିଡ଼ି ଦମକଳ କେନ୍ଦ୍ରର ଆଗ୍ନିକ ଅନନ୍ତ ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। କମିଟିର ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ବାରିକ୍ ଅତିଥି ପରିଚୟ ଏବଂ କାର୍ଯ୍ୟକାରୀ ସଦସ୍ୟ ସୁଧାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରତ୍ୟେକ ବ୍ୟାଚ୍ର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଜୟନ୍ତୀ କମିଟି ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିବା ବେଳେ ପୁରାତନ ଛାତ୍ର ଉମାକାନ୍ତ ଦାସ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଜୟନ୍ତୀ କମିଟି ମିଡିଆ ସଂଯୋଜକ ତ୍ରିଲୋଚନ ଗୌତମ, ପୁରାତନ ଛାତ୍ର ସୁଧାଂଶୁ ନାୟକ, ଧୀରେନ୍ଦ୍ର ସାହୁ, ହେମନ୍ତ ମହାନ୍ତି, ସୁମନ୍ତ ମହାନ୍ତି, ଜ୍ୟୋତିର୍ମୟ ପାଣ୍ଡବ, ରତିକାନ୍ତ ଦାସ, ଅଜୟ ରାଉତ, ସୁରେନ୍ଦ୍ର ନାୟକ, ରାଜେନ୍ଦ୍ର ପଣ୍ଡା, ଲକ୍ଷ୍ମୀକାନ୍ତ ମହାନ୍ତି, ସୁରେଶ ମହାପାତ୍ର, ମଳୟ ନାୟକ, ମିନକେତନ ମହଲା, ରାଜେଶ ସ୍ୱାଇଁ, କ୍ଷମାମୟ ପାଣ୍ଡବ, ଗୌରହରି ମହାନ୍ତି, ବୀରେନ୍ଦ୍ର ସାହୁ ପ୍ରମୁଖ ବହୁ ପୁରାତନ ଛାତ୍ରଛାତ୍ରୀ ସମାରୋହ ପରିଚାଳନାରେ ସହଯୋଗ କରିଥିଲେ।
SOURCE: ODIA PUA