Home national news oriya ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉପାକର୍ମ, ଶ୍ରବଣ, ଶ୍ରାବଣ ହେଉଛି ଆମର ଋଷି ପରମ୍ପରା

ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉପାକର୍ମ, ଶ୍ରବଣ, ଶ୍ରାବଣ ହେଉଛି ଆମର ଋଷି ପରମ୍ପରା

5
0

Source :- ODIA PUA

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆର୍ଯ୍ୟ ସମାଜ ଭଦ୍ରକ ପକ୍ଷରୁ କୁଆଁସ ସ୍ଥିତ ବେଦ ମନ୍ଦିରରେ ଶ୍ରାବଣୀ ଉପାକର୍ମ ଓ ବେଦ ସ୍ୱାଧ୍ୟାୟ ପାଳନ । ପ୍ରତିବର୍ଷ ପରି ଶ୍ରାବଣ ପୂର୍ଣ୍ଣମୀ ତଥା ରାକ୍ଷୀ ପୂର୍ଣ୍ଣମୀ ଠାରୁ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ୯ ଦିନ ଧରି ସକାଳ ଓ ସନ୍ଧ୍ୟା ସମୟରେ ଯଜ୍ଞ ଓ ଆଧ୍ୟାତ୍ମିକ ଆଲୋଚନା ଅନୁଷ୍ଠିତ ହେଉଛି । ଆର୍ଯ୍ୟ ସମାଜର ଆଚାର୍ଯ୍ୟ ତଥା ଆର୍ଯ୍ୟ ସମାଜ ଓଡ଼ିଶାର ସମ୍ପାଦକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ପ୍ରାତଃ କାଳରେ ଓମ୍ ଧ୍ୱଜା ଉତୋଳନ, ପ୍ରାର୍ଥନା, ଭଜନ, ରକ୍ଷା ବନ୍ଧନ ଓ ଯଜ୍ଞ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଯଜ୍ଞ ପରେ ପରେ ଆଧ୍ୟାତ୍ମିକ ଆଲୋଚନାରେ ଆଚାର୍ଯ୍ୟ ବୀରେନ୍ଦ୍ର ପଣ୍ଡା କହିଥିଲେ ଶ୍ରାବଣ ମାସରେ ଶ୍ରବଣ, ଶ୍ରାବଣ ହେଉଛି ଆମର ଋଷି ପରମ୍ପରା । ଦୈନିକ ଯଜ୍ଞ କଲେ ବିଶ୍ୱର ମଙ୍ଗଳ ହୋଇଥାଏ ଓ ବାୟୁମଣ୍ଡଳରେ ଶୁଦ୍ଧତା ଆସିଥାଏ । ମୁନିଋଷି ପରମ୍ପରାକୁ ବଂଚାଇ ରଖିବାରେ ଆର୍ଯ୍ୟ ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପଣ୍ଡିତ ପଣ୍ଡା କହିଥିଲେ । ଅପରାହ୍ନ ସମୟରେ ସଂଧ୍ୟା ଉପାସନା, ବୈଦିକ ଭଜନ ପରିବେଷଣ ଓ ବେଦ ସ୍ୱାଧ୍ୟାୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ସଭାପତି ବୀଣାପାଣି ପଣ୍ଡା, ସମ୍ପାଦକ ସୁଧୀର ମୁଦୁଲି, ଉପଦେଷ୍ଟା ରବି ନାରାୟଣ ଲେଙ୍କା ପରିଚାଳନା କରିଥିବାବେଳେ ଘନଶ୍ୟାମ ଲେଙ୍କା, ରାଜ କିଶୋର ସାହୁ, ସରୋଜିନୀ ପଣ୍ଡା, ସନ୍ଧ୍ୟାରାଣୀ ସାହୁ, ସୁଭଦା ସାହୁ, ସନାତନ ନାୟକ, ସୁସନ୍ଧ୍ୟା ପଣ୍ଡା, ସଂସ୍କୃତି ପଣ୍ଡା, ଉପ ସଭାପତି ଅର୍ପିତ ମହାନ୍ତି, ସହ ସମ୍ପାଦିକା ସସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପାଚାର୍ଯ୍ୟ ଲକ୍ଷ୍ମୀଧର ପଣ୍ଡା ଧନ୍ୟବାଦ ଦେବାସହ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ ଚାଲିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।

SOURCE: ODIA PUA