Home national news oriya କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି : ଏସ୍‌ପି ମନୋଜ ରାଉତ, ଡ. ନରହରି ବେହେରା...

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି : ଏସ୍‌ପି ମନୋଜ ରାଉତ, ଡ. ନରହରି ବେହେରା ଟ୍ରଷ୍ଟର ଷଷ୍ଠ ବାର୍ଷିକ ଉତ୍ସବ

7
0

Source :- ODIA PUA

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେବଳ ଆଶାୟୀ ହେଲେ ଲକ୍ଷ୍ୟ ସ୍ଥଳରେ ପହଂଚି ହୁଏ ନାହିଁ। କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ଭଦ୍ରକ ସହର ନୂଆ ବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପରେ ଆୟୋଜିତ ଡ. ନରହରି ବେହେରା ଟ୍ରଷ୍ଟର ବାର୍ଷିକ ଉତ୍ସବ-୨୦୨୬କୁ ଉଦଘାଟନ କରି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଛନ୍ତି। ଛବିଲତା ବିଶ୍ୱାଳଙ୍କ ଦ୍ୱାରା ପ୍ରତିଷ୍ଠିତ ଡ. ନରହରି ବେହେରା ଟ୍ରଷ୍ଟର ଉକ୍ତ ଷଷ୍ଠ ବାର୍ଷିକ ଉତ୍ସବରେ ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାର ପୌରୋହିତ୍ୟ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗଦେଇ କହିଲେ ଯେ ସ୍ୱର୍ଗତ ବେହେରା,ଯାହାଙ୍କ ସ୍ମୃତିରେ ଏହି ଟ୍ରଷ୍ଟ ଗଠିତ, ସେ ଯେପରି ଜଣେ ସମ୍ପୂର୍ଣ୍ଣ ସାରସ୍ୱତ ବ୍ୟକ୍ତିତ୍ୱ ଥିଲେ ସେପରି, ସେ କର୍ତବ୍ୟ ନିଷ୍ଠ ପ୍ରଶାସନିକ ଅଧିକାରୀ ଥିଲେ। ଉକ୍ତ ସମାରୋହରେ ଭଦ୍ରକର ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଲ ବିଶେଷ ଅତିଥି, ବେଦବିତ୍ ତଥା “ବେଦ ପୀୟୁଷ’ର ସମ୍ପାଦକ ବୀରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ବକ୍ତା, ଡ୍ରିମ୍ ଇଣ୍ଡିଆ ସ୍କୁଲର ଅଧ୍ୟକ୍ଷ ପ୍ରତାପ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମାରୋହରେ ଅଧ୍ୟାପକ ନୀହାର ରଞ୍ଜନ କର ସମ୍ପାଦକୀୟ ବକ୍ତବ୍ୟ, କାର୍ଯ୍ୟକାରୀ ସଭାପତି ରବି ନାରାୟଣ ଖିଲାର ସ୍ୱାଗତ ଭାଷଣ,ସଂଗଠନ ସମ୍ପାଦକ ତପନ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବେଦଦତା ବେଦାନ୍ତ ଅତିଥି ମାନଙ୍କୁ ମଞ୍ଚ ଆବାହନ ଓ ଦେବୀଦତା ବେଦାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଭଦ୍ରକର ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ ,ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ଭାଗୀରଥି ନାୟକ , ସମାଜ ସେବୀ ବିଜୟ ଭୂଷଣ ନାୟକ ଓ ମେଧାବୀ ଛାତ୍ର ପାର୍ଥ ପ୍ରତୀମ ବାରିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ,ସି.ଆର୍ ସି.ସି. ଶ୍ରଦ୍ଧାଞ୍ଜଳି କର , ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ମଲ୍ଲିକ୍ ଓ ଶିକ୍ଷୟିତ୍ରୀ ମନୋରମା ରାୟ ମାନପତ୍ର ପାଠ କରିଥିଲେ ଓ ଅଧ୍ୟାପକ ମହେଶ୍ୱର ନାୟକ ଓ ତପନ କୁମାର ପଣ୍ଡା ସମ୍ବର୍ଦ୍ଧନା ସମାରୋହକୁ ପରିଚାଳନା କରିଥିଲେ। ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କୁମାର ନାୟକ ଓ ଡା. ଅନିଲ୍ କୁମାର ଦାଶ ସ୍ୱାଗତ ସଂଗୀତ ଓ ସ୍ମୃତି ସଂଗୀତ , ଶିଶୁ ନୃତ୍ୟ ଶିଳ୍ପୀ ସୁଶ୍ରୀ ବି. ହର୍ଷିତା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ଏବଂ ସରୋଜ କୁମାର ବିଶ୍ୱାଳ ଓ ବିମଳ କୁମାର ବିଶ୍ୱାଳ ଉତ୍ସବ ପରିଚାଳନା କରିଥିଲେ।

SOURCE: ODIA PUA