Source :- ODIA PUA
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଓଡିଶା ନଲେଜ କର୍ପୋରେସନ ଲିମିଟେଡ୍ (ଓକେସିଏଲ୍)ପକ୍ଷରୁ ଆଜି ଭଦ୍ରକ ଜିଲ୍ଲା ମହାନ୍ତିପଡା ପଚାଂୟତର ଆଶାମଣୀ ଉଚ୍ଚ ବିଦ୍ୟାପୀଠ କୁଣ୍ଡି ମହାନ୍ତିପଡା ଠାରେ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇଛି । କ୍ରାକ୍ କମ୍ପ୍ୟୁଟର ଅଧ୍ୟକ୍ଷ ତପନ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲିଖିତ କୃତ୍ରିମ ବୁଦ୍ଧିମତା ଓ ସାଧାରଣ ଜ୍ଞାନ ପରିକ୍ଷାରେ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏଥିରେ ଶୁଭମ କୁମାର ସାହୁ, ଚିନ୍ମୟ କୁମାର ପଣ୍ଡା ଓ ଶୁଭସ୍ମିତା ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇ କୃତିତ୍ୱ ହାସଲ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଙ୍ଗାଧର ମହାନ୍ତିଙ୍କ ତତ୍ୱାବଧାନରେ ଶିକ୍ଷକ ପରେଶ କୁମାର ବାରିକ, ତାପସ ନନ୍ଦ, ଭଗବତୀ ସାହୁ, ସଞ୍ଜୟ କୃଷ୍ଣ ମହାପାତ୍ର, ମିନାକ୍ଷୀ ଉଦଗାତାଙ୍କ ସମେତ କମ୍ପ୍ୟୁଟର ପ୍ରତିଷ୍ଠାନର ସାଗର ଜେନା, କସ୍ତୁରୀ ବଳ, ହରପ୍ରିୟା ସାହୁ, ରୁନ୍ମୟୀ ବେହେରା ପରିଚାଳନାରେ ସହଯୋଗ କରିଥିଲେ । ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା ।
SOURCE: ODIA PUA



