Home national news oriya ଖବର କାଗଜ ବିତରକଙ୍କ ମାତୃ ବିୟୋଗ

ଖବର କାଗଜ ବିତରକଙ୍କ ମାତୃ ବିୟୋଗ

4
0

Source :- ODIA PUA

ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବିଜ୍ଞାପିତ ଅଂଚଳ ହରିପୁର ଗ୍ରାମର ଶାନ୍ତିଲତା ମପା (୬୫)ଙ୍କ ଶୁକ୍ରବାର ଦିନ ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି। ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ରୋଗରେ ପୀଡିତ ଥିଲେ। ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ। ସେ ପ୍ରଜାପତି ବ୍ରହ୍ମକୁମାରୀରେ ଜଣେ ବରିଷ୍ଠ ସଦସ୍ୟ ଥିଲେ। ଶାନ୍ତ, ସରଳ, ମିଷ୍ଟାଭାଷୀ , କର୍ତବ୍ୟ ପରାୟଣ, ପରଉପକାରୀ ମହିଳା ଥିଲେ। ତାଙ୍କର ବଡପୁଅ ସତ୍ୟଜିତ ମପା ତିହିଡି଼ରେ ଖବର କାଗଜ ବିତରକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳର ଶୋକର ଛାୟା ଖେଳିଯାଇଛି।ତାଙ୍କ ମର ଶରୀର ନିକଟରେ ତିନି ପୁଅ,ବହୁ,ଝିଅ-ଜ୍ୱାଇଁ,ନାତି, ନାତୁଣୀମାନେ ଉପସ୍ଥିତ ଥିଲେ।ତାଙ୍କ ମୃତ୍ୟୁ ଖବର ପାଇଁ ଗ୍ରାମବାସୀ ସମେତ ବନ୍ଧୁବାନ୍ଧବ ବାସଭବନରେ ପହଂଚି ଥିଲେ। ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମାପରେ ଶବ ସତ୍କାର କରାଯାଇଥିଲା। ଶେଷରେ ବଡ ପୁଅ ସତ୍ୟଜିତ ମୁଖାଗ୍ନି ଦେଇଥିଲା। ତାଙ୍କ ମା’ର ମୃତ୍ୟୁ ଖବର ଶୁଣି ତିହିଡି ସମ୍ବାଦର ସାମ୍ବାଦିକ ପ୍ରଭାତ କୁମାର ରାଉଳ ବିତରକ ସଙ୍ଘର ସଦସ୍ୟ ଲକ୍ଷ୍ମୀକାନ୍ତ ଗିରି, ଅନାଦି ଦାସ,ଜଗବନ୍ଧୁ ନାୟକ ରଘୁନାଥ ପତି, ରମାକାନ୍ତ ଦାସ, କାଳନ୍ଦୀ ଯେନା, ବିଜୟ ବାରିକ, ରବିନ୍ଦ୍ର ପତି,ନିତ୍ୟାନନ୍ଦ ନାୟକ, ସର୍ବଜିବ ଯେନା, ମୃତ୍ୟୁଞ୍ଜୟ ମଲ୍ଲିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଥିଲେ।

SOURCE: ODIA PUA