Home national news oriya ଗଜାନନଙ୍କ ପୂଜା ପାଇଁ ଉତ୍ସବ ମୁଖର ବନ୍ତ

ଗଜାନନଙ୍କ ପୂଜା ପାଇଁ ଉତ୍ସବ ମୁଖର ବନ୍ତ

4
0

Source :- ODIA PUA

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ବ୍ଲକର ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ସମେତ କ୍ଲବ ଗୁଡିକରେ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାର୍ଚ୍ଚନା ଧୁମଧାମରେ ପାଳିତ ହୋଇଛି । ଭଦ୍ରକ ବ୍ଲକର ସରକାରୀ ପଲିଟେକନିକ ରାନ୍ଦିଆ, ଓଡିଶା ଆଦର୍ଶ ବିଦ୍ୟାଳୟ ଓଲଙ୍ଗ, ବନ୍ତର ଆଚଂଳିକ ମହାବିଦ୍ୟାଳୟ ବନ୍ତ, କେନ୍ଦୁଆପଦା ହରେକୃଷ୍ଣ ମହତାବ ମହାବିଦ୍ୟାଳୟ, କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟ, ପିଏମଶ୍ରୀ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠ, ପଚାଂୟତ ଉଚ୍ଚ ବିଦ୍ୟାଳୟ ପଧାନପଡା, ବନ୍ତ ଉଚ୍ଚ ବିଦ୍ୟାଳୟ, ବନ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଟିଲୋ ଉଚ୍ଚ ବିଦ୍ୟାଳୟ, କୃପାସିନ୍ଧୁ ଉଚ୍ଚ ବିଦ୍ୟାପୀଠ ଅଡାଳପଙ୍କ,ଚାରୁଚନ୍ଦ୍ର ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ବନ୍ତ, ଓଡିଶା ଆଦର୍ଶ ବିଦ୍ୟାଳୟ ନିଳୋକ, ପଚାଂୟତ ହାଇସ୍କୁଲ ବସନ୍ତିଆ,ଆରଡେଶ୍ୱର ହାଇସ୍କୁଲ ଆଡିଆ, ଆଗରପଡା ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, କୃଷ୍ଣଚରଣ ବିଦ୍ୟାମନ୍ଦିର ଆଗରପଡା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଗରପଡା, ଆଶାମଣି ଉଚ୍ଚ ବିଦ୍ୟାପୀଠ କୁଣ୍ଡି ମହାନ୍ତିପଡା, ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାପୀଠ ଅଣିଜୋ, କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ, ଅଳାଉତୀ ହାଇସ୍କୁଲ, ବାଲିପୋଖରୀ ଉଚ୍ଚ ବିଦ୍ୟାଳୟ, ଜିରିଣା ୟୁଜିଏମଇ ସ୍କୁଲ ସମେତ ରାଗିଣୀ ଦେବୀ ଆଇଟିଆଇ, କ୍ରାକ୍ କମ୍ପ୍ୟୁଟର ଆଗରପଡା, ଜାଗୃତି କ୍ଲବ ବାଙ୍ଗରପଦୀ, ଇଟୁଆ ମା ମଙ୍ଗଳା, ଗଣେଶ ମଣ୍ଡପ କ୍ଲବ, ଶାନ୍ତି କ୍ଲବ ବନ୍ତ, ଶ୍ରୀ ଗଣେଶ ୟୁଥ୍ କ୍ଲବ ଷେଣ୍ଢତିରା ଆଦି ସ୍ଥାନ ମାନଙ୍କରେ ଏହି ପୂଜା ଧୁମଧାମରେ ପାଳନ କରାଯାଇଥିବା ବେଳେ ଆକର୍ଷଣୀୟ ତୋରଣ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହେଉଛି ।

SOURCE: ODIA PUA