Source :- ODIA PUA

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଠାରୁ ପ୍ରତ୍ୟେକ୍ଷ ଧାନ କିଣିବା ପାଇଁ ପ୍ରତ୍ୟେକ ପଂଚାୟତରେ ସରକାରୀ ଧାନ ମଣ୍ଡି ଖୋଲିବା, ଧାନ କିଣାରେ କଟଣି ଛଟଣି ବଂଦ କରିବା, ମାଗଣାରେ ଚାଷୀ ମାନଙ୍କୁ ଧାନ ଅଖା ଯୋଗାଇ ଦେବା, ଅତ୍ୟାବଶ୍ୟକ ସାମଗ୍ରୀ ର ଦର କମାଇବା, ଏମ୍ ଏନ୍ ଆର ଇଜିଏସ ଯୋଯନା ରେ ମୂଲିଆ ମାନଙ୍କୁ ବାର୍ଷିକ ୨୦୦ ଦିନର କାମ ଯୋଗାଇ ଦେବା, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ସାଧାରଣ ନିର୍ବାଚନ ଓ ଓଡିଶା ବିଧାନସଭା ନିର୍ବାଚନ-୨୦୨୪ ରେ ଡବଲ୍ ଇଞ୍ଜିନ୍ ସରକାର ଦେଇଥିବା ପ୍ରତିଶୃତି ଯଥା ମାଗଣାରେ ସାଧାରଣ ଲୋକଙ୍କୁ ବିଜୁଳି ଯୋଗାଇ ଦେବା,ସମସ୍ତ ବାର୍ଦ୍ଧକ୍ୟ ବିଧବା ଓ ଭିନ୍ନକ୍ଷମ ଲୋକଙ୍କୁ ମାସିକ ୩୦୦୦ ଟଙ୍କା ଭତା ପ୍ରଦାନ କରିବା, କୃଷକ ମାନଙ୍କ ଋଣଛାଡ଼ କରିବା ଆଦିକୁ ପୂରଣ କରିବା ଦାବି ନେଇ ଆଗାମୀ ଦିନରେ ଲଢେଇ ପାଇଁ ପ୍ରସ୍ତୁତି ହେବାକୁ ସିପିଆଇ(ଏମ) ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ରେ ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ସିପିଆଇ(ଏମ) ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ ଆହ୍ୱାନ ଜଣାଇଥିଲେ । ଆମ ରାଜଧାନୀ ଭୁବନେଶ୍ୱରରେ ଗତ ଏକ ସପ୍ତାହ ମଧ୍ୟରେ ୧୦ ଟି ହତ୍ୟାକାଣ୍ଡ ଘଟିବା, ଯାଯପୁର ଜିଲ୍ଲା ପାଣିକୋଇଲି ଠାରେ ସୁନା ଗହଣା ଲୁଣ୍ଠନ ଓ ଡବଲ୍ ମର୍ଡର ଘଟଣା, ସୁନ୍ଦରଗଡ ଜିଲ୍ଲା ସଦରମହକୁମା ରେ ବଙ୍ଗାଳୀ ରାଜମିସ୍ତ୍ରୀ ମାନଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପକ୍ଷରୁ ହୋଇଥିବା ଭିଡହିଂସା, ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ମୁଖୁରା ଗ୍ରାମ ପଂଚାୟତ ର ଆଦିବାସୀ ମହିଳା ମାନଙ୍କୁ ବିଜେପି ନେତା ମାନେ ଜୋତାରେ ଖୋଲମଖୋଲା ପିଟିବା ଆଦି ଘଟଣା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି କୁ ସୂଚାଉଛି । ଏହାର ସୁଦ୍ଧାର ଆଣିବା ପାଇଁ ରାଜରାସ୍ତାରେ ଲଢେଇ କରିବାକୁ ଶ୍ରୀ ନାୟକ ଆହ୍ୱାନ ଜଣାଇଥିଲେ । ସଂସଦ ଭିତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସମ୍ବିଧାନ ପ୍ରଣେତା ଡଃ ବାବା ସାହେବ ଭିମରାଓ ଆମ୍ବେଦକର ଙ୍କ ସଂପର୍କରେ ଆପତିଜନକ ମନ୍ତବ୍‌୍ୟ ଦେବା ଓ ସଂସଦରେ ବିରୋଧୀ ସାଂସଦ ମାନଙ୍କୁ ଶାସକ ବିଜେପି ଦଳର ସାଂସଦ ମାନେ ଆକ୍ରମଣ କରିବା ସଂସଦୀୟ ଗଣତନ୍ତ୍ର ପ୍ରତି ବିପଦ ବୋଲି ଶ୍ରୀ ନାୟକ ମତବ୍‌୍ୟକ୍ତ କରିଥିଲେ । ସେଥିପାଇଁ ପାର୍ଟି ସଭ୍ୟପଦ ଯାଂଚ କାର୍ଯ୍ୟକ୍ରମ କୁ କଡାକଡି କରି ଶୃଙ୍ଖଳିତ ଓ ଗୁଣାତ୍ମକ କ୍ୟାଡର ମାନଙ୍କୁ ପାର୍ଟି ଭିତରେ ତିଆରି କରିବା ଓ ସିପିଆଇ(ଏମ) ପାର୍ଟି କୁ ଏକ ଗଣବିପ୍ଳବୀ ପାର୍ଟି ରେ ପରିଣତ କରିବା ପାଇଁ ସାଧାରଣ ଲୋକଙ୍କ ପାଖରେ ପାର୍ଟିର ନେତାମାନେ ପହଂଚିବାକୁ ରାଜ୍ୟ ନେତା ଶ୍ରୀଯୁକ୍ତ ନିର୍ମଳ ନାୟକ ଆହ୍ୱାନ ଜଣାଇଥିଲେ ।ସିପିଆଇ(ଏମ) ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟ ଠାରେ ବରିଷ୍ଠ ସିପିଆଇ(ଏମ) ନେତା ପ୍ରଫୁଲ୍ଲ ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କର୍ମୀ ସମ୍ମିଳନୀ ରେ ସିପିଆଇ(ଏମ) ଭଦ୍ରକ ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫେସର ପ୍ରଭାସ ମହାପାତ୍ର, ଅନ୍ୟତମ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ରାଧାନାଥ ଦାସ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଗିରିଧାରୀ ନାଥ, କାଳନ୍ଦୀ ପାତ୍ର, ମଳୟ ଭୋଇ, ଗୌରାଙ୍ଗ ଯେନା, ଜୟୀରାମ ଦାସ, ଚକ୍ରଧର ଦାସ, ଜୟନୁଲ ଆବେଦିନ, ଗୟାଧର ସାହୁ, ରମେଶ ସାହୁ, ସତ୍ୟମୂର୍ତି ବେହେରା, ଅନିରୁଦ୍ଧ ଯେନା,ବ୍ରହ୍ମାନନ୍ଦ ପରିଡା, ଚକ୍ରଧର ପାତ୍ର, କାଲୁ ଖାନ୍‌, ଭାଗବତ ସେନାପତି, ମହିଳା ନେତ୍ରୀ ସୁରଜିତା ନାୟକ, ଜାନକୀ ଜେନା, ଯୁବ ନେତା ପ୍ରତାପ ସେଠୀ, ବିପ୍ଳବ ଯେନା, ଜ୍ୟୋତିର୍ମୟ ମଳିକ ପ୍ରମୁଖ କର୍ମୀ ସମ୍ମିଳନୀ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଏହି କର୍ମୀ ସମ୍ମିଳନୀ ରେ ଜିଲ୍ଲାର ଶତାଧିକ ଦଳୀୟ କର୍ମୀ ବିଭିନ୍ନ ପଂଚାୟତରୁ ଅଂଶଗ୍ରହଣ କରିଥିଲେ ।

SOURCE: ODIA PUA