Source :- ODIA PUA
ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଚାନ୍ଦବାଲି ବ୍ଲକ ଜାଗୁଳା ପଂଚାୟତ ସଭାଗୃହରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ବିକାଶର ଧାରା ଓଡିଶା ସାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଜାଗୁଳା ପଂଚାୟତର ସମିତିସଭ୍ୟା ସଞ୍ଜୁକ୍ତା ଦାସ ଯୋଗ ଦେଇ ରାଜ୍ୟ ସରକାରଙ୍କ ୨ବର୍ଷର ପୂର୍ତୀ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ସରକାରଙ୍କ ଅବଦାନ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ପରେ ରାଜ୍ୟ ସରକାରଙ୍କ ଅର୍ଣପୂର୍ଣା ଯୋଜନାରେ ହିତାଧିକାରୀ ମାନଙ୍କୁ ନୂତନ କାର୍ଡ ବଂଟନ କରାଯାଇଥିଲା ଫଳରେ ଡବଲ ଇଞ୍ଜିନ ସରକାର ମୁଣ୍ଡପିଛା ୧୦କେଜି ଚାଉଳ ହିତାଧିକାରୀଙ୍କୁ ପ୍ରଦାନ କରିବେ। ଆଜି ହୋଇଥିବା ଏହି କାର୍ଯ୍ୟକ୍ରମରେ ସରପଂଚ ସୁରେଶ ସେଠୀ, ପିଇଓ ତାପସ ଦାସ, ପ୍ରତିରକ୍ଷା ବାହିନୀର ସେବା ନିବୃତ କର୍ମଚାରୀ ସୂର୍ଯ୍ୟକାନ୍ତ ବିଶ୍ୱାଳ, ସୁବାଶ ଦାସ, ରତିକାନ୍ତ ଜେନା, ଦୁର୍ଗା ବାରିକ, ମହେଶ୍ୱର ଜେନା, ପ୍ରଦ୍ୱୀପ ସେଠୀ, ଜିତାରାଣୀ ଲେଙ୍କା, ଶ୍ରାବଣୀ ଜେନା, ସୁଲୋଚନା ଦାସ, ସୁମିତ୍ରା ସିଂ, ଅନୁସୟା ଗୁଡିଆ, ପ୍ରମିଳା ମହାକୁଡ, ସ୍ୱର୍ଣପ୍ରଭା ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ।
SOURCE: ODIA PUA




