Source :- ODIA PUA
ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବାରୋ ପଂଚାୟତସ୍ଥିତ ଦହପାଣିଆ ସରକାରୀ ହାଇସ୍କୁଲରେ ୭ମ ଓଡିଶା ବାଟାଲିୟନର ୧୦ ଦିନିଆ ଏନସିସି ଶିବିର ଅନୁଷ୍ଠିତ ହେଉଛି । ମଇ ୨୪ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି । ଓଡିଶାର ବିଭିନ୍ନ ଜିଲାରୁ ମୋଟ ୬୦୦ ଜଣ କ୍ୟାଡେଟ ଏହି ଶିବିରରେ ଅଂଶଗ୍ରହଣ କରିଛନ୍ତି। ଶିବିର କମାଣ୍ଡାଂଟ ଲେଫ୍ଟନାଂଟ କର୍ଣ୍ଣେଲ ଏସଏସ ରଘୁବଂଶୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଶିବିରରେ ଯୁବକମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣ ଓ ଚରିତ୍ର ଗଠନ ପାଇଁ ଡ୍ରିଲ୍, ଅସ୍ତ୍ରଶସ୍ତ୍ର ତାଲିମ, ମ୍ୟାପ୍ ରିଡିଂ, ଫିଲ୍ଡ କ୍ରାଫ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଦିଆଯାଉଛି। ଶିବିରରେ ବୃକ୍ଷରୋପଣ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ଭଳି ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କ୍ୟାଡେଟମାନଙ୍କ ମଧ୍ୟରେ ଏକତା ଓ ଭାବନା ବୃଦ୍ଧି ପାଇଁ ଡ୍ରିଲ୍, ଫାୟାରିଂ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆନ୍ତଃକମ୍ପାନୀ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଲେଫ୍ଟନାଂଟ କର୍ଣ୍ଣେଲ ଏସଏସ ରଘୁବଂଶୀ ଏନସିସିର ‘ଏକତା ଓ ଅନୁଶାସନ’ ଉପରେ ଗୁରୁତ୍ୱ ଦେବା ସହ ଏହାର ମୂଳମନ୍ତ୍ର ଅନୁଯାୟୀ ଯୁବଶକ୍ତିକୁ ରାଷ୍ଟ୍ର ନିର୍ମାଣ ଦିଗରେ ପରିଚାଳିତ କରିବା ଏହି ଶିବିରର ଲକ୍ଷ୍ୟ ବୋଲି କହିଛନ୍ତି।
SOURCE: ODIA PUA







