Home national news oriya ଧର୍ମପ୍ରାଣା ମହିଳାଙ୍କ ପରଲୋକ

ଧର୍ମପ୍ରାଣା ମହିଳାଙ୍କ ପରଲୋକ

4
0

Source :- ODIA PUA

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖୋଲାଦ୍ୱାର ସମ୍ବାଦପତ୍ରର ପୂର୍ବତନ ପରିଚାଳକ ଗୋଲକ ଚନ୍ଦ୍ର ବିଶ୍ୱାଳଙ୍କ ଧର୍ମ ପତ୍ନୀ ତଥା ମଞ୍ଜୁରୀରୋଡ଼ ପ୍ରଜାପତି ଈଶ୍ୱରୀୟ ସଂସ୍ଥାର ସଙ୍ଗଠିକା ଅହଲ୍ୟା ବିଶ୍ୱାଳଙ୍କର ୬୮ ବର୍ଷ ବୟସରେ ଶୁକ୍ରବାର ଦିନ ପ୍ରାୟ ସାଢ଼େ ତିନିଟା ସମୟରେ ମଞ୍ଜୁରୀରୋଡ଼ ସାତଶୋଳାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି।ସେ ମହାଲଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଭାବେ ଦୀର୍ଘ ବର୍ଷ କାର୍ଯ୍ୟକରି ମହିଳା ସଶକ୍ତିକରଣ ପାଇଁ ଉଦ୍ୟମ କରିଥିଲେ।ଯାଜପୁର ଦଶାଶ୍ୱମେଧ ଘାଟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା।ପୁତ୍ର ସରୋଜ ମୁଖାଗ୍ନି ପ୍ରଦାନ କରିଥିଲେ।ତାଙ୍କ ବିୟୋଗରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ପ୍ରଜାପତି ଈଶ୍ୱରୀୟ ସଂସ୍ଥାର ସଦସ୍ୟା ମାନେ ଶୋକ ପ୍ରକାଶ କରିଛନ୍ତି।

SOURCE: ODIA PUA