Source :- ODIA PUA
ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରେ ଏବେ ଝାଡ଼ା ବାନ୍ତି ବ୍ୟାପିଛି । ୮୦ ରୁ ଉର୍ଦ୍ଧ ଏହି ରୋଗ ରେ ଆକ୍ରାନ୍ତ ହେଲେଣି। ତେବେ ସମସ୍ତେ ସୁସ୍ଥ ଅଛନ୍ତି।ଆନନ୍ଦପୁର,ଜାହାଙ୍ଗୀର, ନାଉରୀ ଗଡିଆ,ବନ୍ଧଟିଆ, ଜେନାସାହି,ବାଘୁଆରୀ,କାଜିମହଲା ଆଦି ଅଂଚଳ ରେ ଏହି ଝାଡ଼ା ବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଥିଲେ।ତେବେ ତିନି ଦିନ ରେ ୮୦ ରୁ ଉର୍ଦ୍ଧ ଆକ୍ରାନ୍ତ ହୋଇ ଥିଲେ । ଧାମନଗର ମେଡ଼ିକାଲ ସମେତ ବ୍ଲକ ର ବିଭିନ୍ନ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ ରେ ଡ଼ାକ୍ତର ଓ କର୍ମ ଚାରି ମାନେ ଉପସ୍ଥିତ ରହିବା ସହ ବିଭିନ୍ନ ଗ୍ରାମ ରେ ବ୍ଲିଚିଁ ଓ ଔଷଧ ବିତରଣ କରା ଯାଉଛି। ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ ଓ ପାନୀୟ ଜଳ ଯୋଗାଣ ଅଧିକାରୀ ମାନେ ବିଭିନ୍ନ ପଂଚାୟତ ବୁଲି ପରିସ୍ଥିତି କୁ ନଜର ରଖିଥିଲେ ।ମଙ୍ଗଳବାର ଦିନ ୧୧ ଟା ସମୟରେ ଭଦ୍ରକ ଖାଦ୍ୟ ସୁରକ୍ଷା ଅଧିକାରି ବିଭୁଦତ ଦାସ, ସହକାରି ଅଧିକାରି ବସନ୍ତ ବେହେରା ,ଧାମନଗର ଏନ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ, କନିଷ୍ଟ ଯନ୍ତ୍ରୀ ନୀଳକଣ୍ଠ ନାୟକ ପ୍ରମୁଖ ଧାମନଗର ଅଂଚଳ ରେ ବିଭିନ୍ନ ହୋଟେଲ ଓ ମିଠା ଦୋକାନ ଉପରେ ଚଢ଼ାଉ କରି ଖାଦ୍ୟ ର ମାନ ଦେଖିଥିଲେ । ଏବଂ କେତେକ ହୋଟେଲ ଉପରେ ଚଡ଼ାଉ କରି ଜୋରିମାନା ମଧ୍ୟ ଆଦାୟ କରିଥିଲେ । ସୁଚନା ଥାଉକି ଧାମନଗର ବ୍ଲକ ରେ ଅନେକ ହୋଟେଲ ଓ ଜଳଖିଆ ଦୋକାନ ବେଆଇନି ଭାବରେ ଖୋଲିବା ସହ ସଫାସୁତରା ରଖୁ ନାହାନ୍ତି ଫଳ ରେ ଏପରି ରୋଗ ମଧ୍ୟ ବଡୁଛି । ଏ ଦିଗରେ ବାରମ୍ବାର ବିଭାଗ ଦ୍ୱାରା ଚଡ଼ାଉ କରିବାକୁ ବିଭିନ୍ନ ମହଲ ରୁ ଦାବି ହେଉଛି।
SOURCE: ODIA PUA