Source :- ODIA PUA
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ବିଜେଡ଼ି ର କାର୍ଯ୍ୟକାରିଣୀ ବୈଠକ ଦୋବଲ ନିକଟସ୍ତ ଗୋହିରାଟିକିରି ଠାରେ ରବିବାର ଅନୁଷ୍ଟିତ ହୋଇ ଯାଇଛି। ବ୍ଳକ ସଭାପତି ଉମେଶ ଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ୱ ରେ ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ( ବବି) ଯୋଗ ଦେଇ କର୍ମୀ ମାନେ ମନବଳ ଦୃଢ କରି ଦଳ କୁ ମଜବୁତ କରିବାସହ ଦଳ ର ଦଲାଲ କୁ ବାହାରକରି ନେତା ଓ କର୍ମୀ ଙ୍କୁ ନେଇ ସଂଗଠନ କୁ ମଜବୁତ କରିବାକୁ ଶ୍ରୀ ଦାସ କର୍ମୀ ଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧାମନଗର ନିର୍ବାଚନ ମଣ୍ଡଳୀ ନେତା ଡ଼ା, ସଂଜୟ କୁମାର ଦାସ, ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସ,ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ଉପାଧ୍ୟକ୍ଷ ଜଗବନ୍ଧୁ ବେହେରା,ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଭଦ୍ରକ ଜିଲ୍ଲାପରିଷଦ ଉପାଧକ୍ଷା ଟୁନିବାଳା ବିଶ୍ୱାଳ, ଧାମନଗର ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ଉପାଧ୍ୟକ୍ଷ ଏମ ଡି ନୁରାନି, ଧୁଶୁରି ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ, ବିଜେଡ଼ି ବ୍ଲକ ଯୁବ ସଭାପତି ଭାରତ ବିଜୟ ଦଳାଇ,ପୂର୍ବତନ ସରପଂଚ ଦୟାନିଧି ମିଶ୍ର,ପୂର୍ବତନ ସମିତି ସଭ୍ୟ ପ୍ରତାପ ସାମଲ,ଧାମନଗର ନଗର ସଭାପତି ଶୁଶାନ୍ତ ରାଉତ,ସମିତି ସଭ୍ୟ ଜ୍ଞାନ ରଞ୍ଜନ ମହାକୁଡ,ସରପଂଚ ସରିତା ମହାନ୍ତି,ସୁବାସ ମହାକୁଡ, ନରେନ୍ଦ୍ର ନାରାୟଣ ନାୟକ,ସୀତାକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ବର୍ତମାନ ର କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ଲୋକ ଙ୍କୁ ଠକାଉଚନ୍ତି । ଦୁର୍ନୀତି , ହତ୍ୟା ଓ ନିର୍ଯାତନା ବଡି ଚାଲିଚି ବୋଲି ସରକାର ଙ୍କୁ କଟୁ ସମାଲୋଚନା କରିଥିଲେ ।
SOURCE: ODIA PUA