Home national news oriya ଧାମନଗରର ସିଡ଼ିପିଓ ହେବେ ପିଙ୍କି

ଧାମନଗରର ସିଡ଼ିପିଓ ହେବେ ପିଙ୍କି

5
0

Source :- ODIA PUA

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗର ନୂତନ ସିଡ଼ିପିଓ ପିଙ୍କି ନାୟକଙ୍କୁ ଯୋଗ ଦେବା ନେଇ ଓଡ଼ିଶା ସରକାରଙ୍କ ଚିଠି ନଂ-୨୭୭୫୬/ଡବ୍ଲୁସିଡି, ତା ୧୭/୧୧/୨୦୨୬ ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଶ୍ରୀମତୀ ନାୟକ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ସୁପର ଭାଇଜର ଭାବେ କାର୍ଯ୍ୟ କରୁଥିଲେ।ସେ ସୁପରଭାଇଜର ପଦବୀରୁ ସିଡ଼ିପିଓକୁ ପଦୋନ୍ନତି ପାଇଛନ୍ତି ଏବଂ ତାଙ୍କୁ ଧାମନଗର ପାଇଁ ନିଯୁକ୍ତ ହେବାକୁ ଚିଠିରେ ନିର୍ଦ୍ଧେଶ ରହିଛି।ଏଥିସହ ସେ ଦାଇତ୍ୱ ଗ୍ରହଣ କରିବା ଦିନ ଠାରୁ ଏକବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ବୋଲି ନିର୍ଦ୍ଧେଶ ରହିଛି। ପୂର୍ବରୁ ନିୟୋଜିତ ଥିବା ସିଡ଼ିପିଓ ଦମୟନ୍ତୀ ଦେଇ ଗତ ଜୁଲାଇ ,୨୬ ରେ ଚାକିରିରୁ ଅବସର ନେବାପରେ ୪ ମାସ ହେବ ଏହି ପଦବୀ ଫାଙ୍କା ପଡ଼ିଥିଲା।ବର୍ତମାନ ଏବିଡ଼ିଓ ଶର୍ମିଷ୍ଠା ମଲ୍ଲିକ ସିଡ଼ିପିଓ ଭାବେ ଅତିରିକ୍ତ ଦାଇତ୍ୱ ତୁଲାଉଛନ୍ତି।

SOURCE: ODIA PUA