Home national news oriya ଧାମରା ପିଏମ ଶ୍ରୀ ବିଦ୍ୟାଳୟରେ ୪ ଅବସରପ୍ରାପ୍ତ ଶିକ୍ଷକ ସମ୍ବର୍ନ୍ଧିତ

ଧାମରା ପିଏମ ଶ୍ରୀ ବିଦ୍ୟାଳୟରେ ୪ ଅବସରପ୍ରାପ୍ତ ଶିକ୍ଷକ ସମ୍ବର୍ନ୍ଧିତ

8
0

Source :- ODIA PUA

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକରେ ଶିକ୍ଷା ଦାନ କରି କେବଳ ସେମାନେ କେବଳ ନିଜକୁ ଗୁରୁ ଭାବେ ନିଜକୁ ପ୍ରତିପାଦନ କରି ନାହାନ୍ତି ବରଂ ଏହି ଅଂଚଳରେ ଶିକ୍ଷାକୁ ପ୍ରାଧାନ୍ୟ ଦେବା ସହ ଗୁରୁ ଶିକ୍ଷ୍ୟର ପରମ୍ପରାକୁ ମଧ୍ୟ ବଜାଇ ରଖିଛନ୍ତି ବୋଲି ଅନୁଷ୍ଠିତ ହୋଇଥିବା ସଭାରେ ମତ ପ୍ରକାଶ ପାଇଥିଲା।ଧାମରା ଅଂଚଳରେ ୪ଜଣ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ସମ୍ଭର୍ନ୍ଧିତ କରିବା ଅବସରରେ ହୋଇଥିବା ସଭାରେ ପିଏମ ଶ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁନା ମହାଳିକ ସଭାପତିତ୍ୱ କରିବା ସହ ଧାମରା ଅଂଚଳର କ୍ଷେତ୍ରବାସୀ ନାୟକ, ହରିହର ଦାସ, ସଦାନନ୍ଦ ପ୍ରଧାନ ଏବଂ ଗୋବିନ୍ଦ ଚନ୍ଦ୍ର ଜେନା ଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ଭର୍ନ୍ଧିତ କରାଯାଇଥିଲା। ସଂପୃକ୍ତ ଶିକ୍ଷକ ମାନଙ୍କୁ ମାନପତ୍ର ଉତରୀୟ ପ୍ରଦାନ କରି ସେମାନଙ୍କ ଦୀର୍ଘ ଜୀବନ କାମନା କରାଯାଇଥିଲା।

SOURCE: ODIA PUA