Source :- ODIA PUA
ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କମାରିଆ ଗ୍ରାମର ସୁବାସ ଜେନା (୨୨) ନାମକ ଜଣେ ଯୁବକ ନାବାଳିକା ଅପହରଣ ମାମଲାରେ ଫେରାଥିଲେ। ପୁଲିସ ଫେରାର ଅଭିଯୁକ୍ତ ସୁବାସକୁ ସୋମବାର ଗିରଫ କରିବାରେ ସକ୍ଷମ ହୋଇଛି। ପ୍ରକାଶ ଯେ, ସୁବାସ ଜଣେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ମୂଳେ ପୁଲିସ ୩୬/୨୪ ମକଦ୍ଦମା ରୁଜୁ କରିଥିଲେ। ପୁଲିସ ଅଭିଯୁକ୍ତ ଫେରାର ଥିବା ନେଇ କୋର୍ଟଙ୍କୁ ଜଣାଇଥିଲେ। କୋର୍ଟ ଅଭିଯୁକ୍ତ ସୁବାସ ନାମରେ ଗିରଫ ୱାରେଣ୍ଟ ଜାରି କରିଥିଲେ। ଏହି ୱାରେଂଟ ବଳରେ ପୁଲିସ ସୁବାସକୁ ଗରିଫ କରିଥିବା ଜଣାପଡ଼ିଛି। ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ପ୍ରବୀଣ କୁମାର ଗିରି ଘଟଣାର ତଦନ୍ତ କରୁଛନ୍ତି।
SOURCE: ODIA PUA