Source :- ODIA PUA

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସହ୍ୟ ଗରମ ଗୁଳୁଗୁଳିରେ ସିଝୁଛି ସାରା ଓଡ଼ିଶା । ଠିକ ଏହି ସମୟରେ ପାଣିର ଆଭାବ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ପାଣି ପାଇଁ ଡହଳ ବିକଳ ଲୋକେ, ପାଣି ଟୋପେ ପାଇଁ ନଳକୂପ ନିକଟରେ ଘଂଟା ଘଂଟା ଲାଇନ ଦେବାକୁ ପଡୁଛି ତାତିଲେ ମହିଳା । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା, ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଭାଟପଡା ପଂଚାୟତ ଭଉଁରୀ ଗ୍ରାମରେ । ଉକ୍ତ ଗ୍ରାମରେ ପ୍ରାୟ ୮୦୦ ରୁ ଉର୍ଦ୍ଧ୍ୱ ଲୋକ ବାସ କରୁଥିବା ବେଳେ ରହିଛି ମାତ୍ର ୪ଟି ନଳକୂପ ଯେଉଁଥିରୁ ଠିକରେ ବହରୁନି ପାଣି । ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଲ୍ଟିଏ ପାଣି ପାଇଁ ନଳକୂପ ନିକଟରେ ଘଂଟା ଘଂଟା ଧରି ଧାରଣା ଦେବାକୁ ପଡୁଛି । ଖରା ଦିନେ ପୋଖରୀ ଗାଡ଼ିଆ ସବୁ ଶୁଖିଯିବାରୁ ପଶୁ ପକ୍ଷୀ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତେ ନଳକୂପର ପାଣି ଉପରେ ନିର୍ଭର କରୁଥିବା ବେଳେ ନଳକୂପରୁ ଠିକରେ ପାଣି ନ ବାହାରିବା ସମସ୍ତଙ୍କୁ ଚିନ୍ତାରେ ପକାଇଛନ୍ତି । ଗ୍ରାମବାସୀ ମାନେ ଏକାଠି ହୋଇ ଏ ବିଷୟରେ ଚାନ୍ଦବାଲି ବିଡ଼ିଓଙ୍କୁ ଜାଣଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ବିଡ଼ିଓ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗ୍ରାମରେ ଥିବା ସମସ୍ତ ନଳକୂପର ମରାମତି ସହ ମେଗା ପାଇପ ପାଣି ଯୋଗାଇ ଦେବାକୁ ଦାବି ହୋଇଛି ।

SOURCE: ODIA PUA