Home national news oriya ବନ୍ତ ତହସିଲରେ ନୂତନ ତହସିଲଦାର

ବନ୍ତ ତହସିଲରେ ନୂତନ ତହସିଲଦାର

7
0

Source :- ODIA PUA

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ତହସିଲ କାର୍ଯ୍ୟାଳୟରେ ସାଇଶ୍ରୀ ଲୋକାନାଥ ସେଠୀ ଆଜି ତହସିଲଦାର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ଡେପୁଟି କଲେକ୍ଟର (ଜରୁରୀକାଳୀନ) ଭାବେ କାର୍ଯ୍ୟରତ ଥିଲେ । ପ୍ରକାଶଥାଉକି ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରଚାଳନା ବିଭାଗ ଚିଠି ନମ୍ବର ୪୨୭୩୬ ତା ୧୬.୧୦. ୨୬ ରେ ବନ୍ତ ତହସିଲଦାର ସୁଶ୍ରୀ ସାରା ହେମ୍ବ୍ରମଙ୍କୁ କଳାହାଣ୍ଡି ଜିଲ୍ଲାକୁ ବଦଳି ହୋଇଥିବା ବେଳେ ଶ୍ରୀ ସେଠୀଙ୍କୁ ବନ୍ତ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଥିଲା । କାର୍ଯ୍ୟଭାର ଗ୍ରହଣ ପରେ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତ, ମୁଖ୍ୟ କିରାଣୀ ବୁଦ୍ଧିରାମ ଟୁଡୁ,ଜ୍ୟୋର୍ତିମୟୀ ମହାନ୍ତି, ଋତୁପର୍ଣ୍ଣା ମିଶ୍ର, ଅମ୍ବିକା ଟୁଡୁ, ଦିନକୃଷ୍ଣ ପେଡା, ସ୍ମୃତିରେଖା ଦାସ, ଜାକିର ହୋସେନ, ପ୍ରତାପ କୁମାର ସାହୁ, ଆଲୋକ କୁମାର ରାଉତରାୟ, ମନଜା ମଞ୍ଜରୀ ଜେନା, ପ୍ରତାପ ବେହେରା, ରଶ୍ମିରଞ୍ଜନ ପାଣିଗ୍ରାହୀ, ଦୁର୍ଗାଚରଣ ଜେନା, ଦୟାନିଧି ସାହୁଙ୍କ ସମେତ ସରକାରୀ ଓକିଲ ସୁରେନ୍ଦ୍ର କର, ଦେବେନ୍ଦ୍ର ଦାସ ପ୍ରମୁଖ ଶ୍ରୀ ସେଠୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ନୂତନ ତହସିଲଦାର ବନ୍ତ ତହିସିଲ ଅଧିନ ସମସ୍ତ ଜନସାଧାରଣଙ୍କୁ ସଠିକ୍ ସମୟରେ ସମସ୍ତ ସରକାରୀ ସେବା ତୁରନ୍ତ ଯୋଗାଇ ଦିଆଯିବା ସହିତ ରାଜସ୍ୱ ଆଦାୟକୁ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।

SOURCE: ODIA PUA