Home national news oriya ବନ୍ତ ଥାନା ପକ୍ଷରୁ ନିଶାମୁକ୍ତ ଓ ସାଇବର ସଚେତନତା

ବନ୍ତ ଥାନା ପକ୍ଷରୁ ନିଶାମୁକ୍ତ ଓ ସାଇବର ସଚେତନତା

3
0

Source :- ODIA PUA

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଏମ୍‌ଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟ ସେଣ୍ଢତିରାରେ ଆଜି ବନ୍ତ ଥାନା ପକ୍ଷରୁ ସାଇବର ଠକେଇରୁ ବର୍ତିବା ନେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିିକ୍ଷଣ ଦିଆଯାଇଛି । ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଇନଷ୍ଟା,ଫେସବୁକ୍‌, ଅନଲାଇନ୍ ବ୍ୟାଙ୍କିଂ ଇତ୍ୟାଦିରେ ଦୈନନ୍ଦିନ ଘଟୁଥିବା ଠକେଇରୁ ବର୍ତର୍ିବା ନେଇ ସଚେତନ କରିଥିଲେ । ଅଜଣା ବ୍ୟକ୍ତିଙ୍କୁ ଓଟିପି ନଦେବା, ଚାଟିଙ୍ଗ ନକରିବା ଉପରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ୧୯୩୦ ନମ୍ବରକୁ ସୂଚନା ପ୍ରଦାନ ପାଇଁ କୁହାଯାଇଥିଲା । ଏଥିସହ ନିଶା ସେବନ ଦ୍ୱାରା ସମାଜର କ୍ଷତି ଘଟିବା ସହ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ଅନେକ କୁକର୍ମରେ ଲିପ୍ତ ରହୁଥିବା ବେଳେ ଆବଶ୍ୟକ ସ୍ଥଳେ ଜୀବନ ନେବା ଓ ହରାଇବା ଭଳି କର୍ମ କରିବାକୁ ପଛାଉ ନାହାନ୍ତି ବୋଲି କହି ନିଶା ଠାରୁ ଦୂରେଇ ରହିବାକୁ ଥାନା ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଶେଷରେ ନିଶାମୁକ୍ତ ଭାରତ ଗଠନ ନେଇ ଶପଥ ପାଠ କରାଯାଇଥିଲା । ପ୍ରଧାନଶିକ୍ଷୟିତ୍ରୀ ପ୍ରଭାସିନୀ ବିଶ୍ୱାଳ, ଶ୍ରୀକାନ୍ତ ପଣ୍ଡା, ଅଭୟ କୁମାର ପ୍ରଧାନ, ଭୈର ମାଝୀ, ମନୋଜ କୁମାର ଶଙ୍ଖୁଆ, ମାନସୀ ସେଠୀ, ଚିନ୍ମୟ ନାୟକ, ଅଭିମନ୍ୟୁ ବାରିକଙ୍କ ସମେତ ଥାନା କର୍ମଚାରୀ ସରୋଜ ନାୟକ, ସରୋଜ ଦେହୁରୀ, ପ୍ରକାଶ କୁମାର ଜେନା ସହଯୋଗ କରିଥିଲେ ।

SOURCE: ODIA PUA